କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ପଢୁଥିବା ଯୁକ୍ତ ୨ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଡେଙ୍ଗାଡିି ଗ୍ରାମର ନିରଞ୍ଜନ ଦାସ ନାମକ ଜଣେ ଗାଡ଼ି ଚାଳକଙ୍କୁ ପାଟପୁର ପୋଲିସ ଗିରଫ କରି ଶୁକ୍ରବାର ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା(ନଂ.୧୩୨/୨୫) ରୁଜୁ ହୋଇଛି। […] The post କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ପଢୁଥିବା ଯୁକ୍ତ ୨ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଡେଙ୍ଗାଡିି ଗ୍ରାମର ନିରଞ୍ଜନ ଦାସ ନାମକ ଜଣେ ଗାଡ଼ି ଚାଳକଙ୍କୁ ପାଟପୁର ପୋଲିସ ଗିରଫ କରି ଶୁକ୍ରବାର ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା(ନଂ.୧୩୨/୨୫) ରୁଜୁ ହୋଇଛି।

ପ୍ରେମଜାଲରେ ଫସାଇ ନିରଞ୍ଜନ କୌଶଳ କ୍ରମେ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ଏନେଇ ମଙ୍ଗଳବାର ଛାତ୍ରୀଙ୍କ ମା’ ପାଟପୁର ଥାନାରେ ଏତଲା ଦେଇଥିଲେ। ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଥାନା ଏସ୍‌ଆଇ ସୁଲେମାନ ଭୁଁୟାଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ଉଭୟଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା।

The post କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.