ଜେଲ୍ରେ ଇମ୍ରାନ ଖାନ୍ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ
ଇସଲାମାବାଦ୍,୩୦।୮:ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ। ଇମ୍ରାନ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଦାବି କରିଛି ଯେ, ରାୱଲପିଣ୍ଡିର ଆଡିଆଲା ଜେଲରେ ତାଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି। ସେ ଅତ୍ୟନ୍ତ କଠୋର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ତଥା ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ସୟଦ ଜୁଲଫିକର ଅବ୍ବାସ ବୁଖାରୀ କହିଛନ୍ତି, ଇମ୍ରାନଙ୍କୁ ଜେଲରେ କଠୋର ବ୍ୟବହାର କରାଯାଉଛି, ଯାହା ସାଧାରଣ କଏଦୀଙ୍କ ପ୍ରତି ମଧ୍ୟ କରାଯିବା ଉଚିତ […] The post ଜେଲ୍ରେ ଇମ୍ରାନ ଖାନ୍ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ appeared first on Dharitri Odia News.
ଇସଲାମାବାଦ୍,୩୦।୮:ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ। ଇମ୍ରାନ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଦାବି କରିଛି ଯେ, ରାୱଲପିଣ୍ଡିର ଆଡିଆଲା ଜେଲରେ ତାଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି। ସେ ଅତ୍ୟନ୍ତ କଠୋର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।
ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ତଥା ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ସୟଦ ଜୁଲଫିକର ଅବ୍ବାସ ବୁଖାରୀ କହିଛନ୍ତି, ଇମ୍ରାନଙ୍କୁ ଜେଲରେ କଠୋର ବ୍ୟବହାର କରାଯାଉଛି, ଯାହା ସାଧାରଣ କଏଦୀଙ୍କ ପ୍ରତି ମଧ୍ୟ କରାଯିବା ଉଚିତ ନୁହେଁ।
ଇମ୍ରାନଙ୍କ କୋଠରୀରେ ଥିବା ସ୍ବେରେଜର ଢାଙ୍କୁଣୀକୁ ଜାଣିଶୁଣି ଖୋଲା ରଖାଯାଇଛି, ଯାହା ଦ୍ୱାରା କୋଠରୀଟି ଦୁର୍ଗନ୍ଧରେ ପରିପୂର୍ଣ୍ଣ ରହିବ। ତାଙ୍କ କୋଠରୀକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ପ୍ରତିଦିନ କେବଳ ଗୋଟିଏ ବାଲ୍ଟି ପାଣି ଦିଆଯାଉଛି। ଜେଲରେ ଅମାନୁଷିକ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଇମ୍ରାନଙ୍କ ଜୀବନ ବିପଦରେ ରହିଛି। ସେ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ବହି ଏବଂ ଖବରକାଗଜ ମଧ୍ୟ ଦିଆଯାଇ ନ ଥାଏ।
ଜେଲରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ତାଙ୍କ ଅବସ୍ଥା ପାଇଁ ସେନା ଏବଂ ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଦାୟୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଖାନ ଦାବି କରିଛନ୍ତି, ଜେଲରେ ଥିବା ମାମଲାକୁ ଆଇଏସଆଇ ନିୟନ୍ତ୍ରଣ କରୁଛି। ମୁଁ ପୁଣିଥରେ କହୁଛି ଯେ ଯଦି ମୋ ସହିତ କିଛି ଘଟେ, ତେବେ ସେନା ମୁଖ୍ୟ ଏବଂ ଆଇଏସଆଇର ମହାନିର୍ଦ୍ଦେଶକ (ଡିଜି) ଦାୟୀ ରହିବେ।
The post ଜେଲ୍ରେ ଇମ୍ରାନ ଖାନ୍ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ appeared first on Dharitri Odia News.