ପାଳି କରି ଷ୍ଟ୍ରଙ୍ଗରୁମ୍ ଜଗୁଛନ୍ତି ଭାଜପା କର୍ମୀ
କେନ୍ଦୁଝର, ୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମତଦାନ ଶେଷ ହୋଇଛି। ଇଭିଏମ୍ରେ ବନ୍ଦ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା। ହେଲେ କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି, କେତେ ଭୋଟ ବ୍ୟବଧାନ ରହିବ, କେଉଁଠୁ କେତେ ଭୋଟ ଆସିବ ଏହି ସବୁକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗୋଟିଏ ପଟେ ଭୋଟରଙ୍କ ନଜର ଫଳାଫଳ ଉପରେ ରହିଥିବା ବେଳେ ଅନ୍ୟପକ୍ଷେ ଦଳୀୟ କର୍ମୀ ଅଙ୍କକଷାରେ ଲାଗିପଡିଛନ୍ତି। ଏଭଳି ସ୍ଥିତିରେ ଇଭିଏମ୍ […] The post ପାଳି କରି ଷ୍ଟ୍ରଙ୍ଗରୁମ୍ ଜଗୁଛନ୍ତି ଭାଜପା କର୍ମୀ appeared first on Dharitri Odia News.
କେନ୍ଦୁଝର, ୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମତଦାନ ଶେଷ ହୋଇଛି। ଇଭିଏମ୍ରେ ବନ୍ଦ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା। ହେଲେ କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି, କେତେ ଭୋଟ ବ୍ୟବଧାନ ରହିବ, କେଉଁଠୁ କେତେ ଭୋଟ ଆସିବ ଏହି ସବୁକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗୋଟିଏ ପଟେ ଭୋଟରଙ୍କ ନଜର ଫଳାଫଳ ଉପରେ ରହିଥିବା ବେଳେ ଅନ୍ୟପକ୍ଷେ ଦଳୀୟ କର୍ମୀ ଅଙ୍କକଷାରେ ଲାଗିପଡିଛନ୍ତି। ଏଭଳି ସ୍ଥିତିରେ ଇଭିଏମ୍ ମେଶିନଗୁଡିକ ଷ୍ଟ୍ରଙ୍ଗରୁମ୍ରେ ପହଞ୍ଚି କଡ଼ା ସୁରକ୍ଷା ମଧ୍ୟରେ ରକ୍ଷାଯାଇଛି। ଷ୍ଟ୍ରଙ୍ଗରୁମ୍ ଆଗରେ ସୁରକ୍ଷାବଳ ପଇଁତରା ମାରୁଛନ୍ତି । ସେହିପରି ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ଷ୍ଟ୍ରଙ୍ଗରୁମ୍ ପ୍ରତି ତୀକ୍ଷଣ ନଜର ରଖାଯାଇଛି । କେତେକ ଦଳର କର୍ମୀମାନେ ଚବିଶ ଘଣ୍ଟା ଷ୍ଟ୍ରଙ୍ଗରୁମ୍କୁ ଜଗି ରହିଛନ୍ତି ।
କେନ୍ଦୁଝର ଜିଲା ମୁଖ୍ୟାଳୟରେ ସ୍ଥାନୀୟ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟରେ ଇଭିଏମ୍ ମେଶିନ ରଖାଯାଇଛି। ଏଠାରେ କେନ୍ଦୁଝର ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ଇଭିଏମ୍ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଷ୍ଟ୍ରଙ୍ଗରୁମ୍ ପରିସରରେ ଲଗାଯାଇଛି। ଏହାର ସିଧାସଳଖ ଚିତ୍ର ଦେଖିବା ପାଇଁ ବାହାରେ ଦୁଇଟି ଏଲ୍ଇଡିର ବ୍ୟବସ୍ଥା କରାଯାଇଛି।
ହେଲେ ଭାଜପା ଦଳର କର୍ମୀମାନେ ପାଳି କରି ଷ୍ଟ୍ରଙ୍ଗ ରୁମ ଯୋଗୁଛନ୍ତି ବୋଲି ଭାଜପାର ଅଫିସ ସେକ୍ରେଟେରି ପ୍ରକାଶ ସୂତ୍ରଧର କହିଛନ୍ତି। ସେହିପରି ଆନନ୍ଦପୁର ଓ ଚମ୍ପୁଆରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ ୟେରଖାଯାଇଛି ।
The post ପାଳି କରି ଷ୍ଟ୍ରଙ୍ଗରୁମ୍ ଜଗୁଛନ୍ତି ଭାଜପା କର୍ମୀ appeared first on Dharitri Odia News.