ରାଶିଫଳ: ମଙ୍ଗଳବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ପୂର୍ବାଫାଲଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘ ଦିନ ହେଲା ଯାହା ହୋଇ ପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କରୁ ଖୁସି ହେବେ। ଆନୁଷ୍ଠାନିକ କାମରେ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ବୃଷ ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାର୍ଯ୍ୟହାସଲରେ ବିଜାତୀୟ ବ୍ୟକ୍ତି ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। […] The post ରାଶିଫଳ: ମଙ୍ଗଳବାର, ଜୁଲାଇ ୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଜୁଲାଇ ୧  ତାରିଖ – Daily Horoscope
ମେଷ
ଆଜିର ପୂର୍ବାଫାଲଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘ ଦିନ ହେଲା ଯାହା ହୋଇ ପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କରୁ ଖୁସି ହେବେ। ଆନୁଷ୍ଠାନିକ କାମରେ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାର୍ଯ୍ୟହାସଲରେ ବିଜାତୀୟ ବ୍ୟକ୍ତି ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପଦସ୍ତ ହେବେ। ଜମିଜମା, ଘର ତିଆରି, ଯାନ ମରାମତି ଦିଗରେ ମନୋନିବେଶ କରିପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ଗତକାଲି ଘଟିଯାଇଥତ୍ବା ଘଟଣାର ମୋଡ ବଦଳିଯିବ।
ମିଥୁନ
ମିଥୁନ
ଧନ ସ୍ଥାନରେ ବୁଧଙ୍କ ଯୋଗୁ ଆଶା କରିଥିବା ସ୍ଥାନରୁ ଅର୍ଥ ପାଇବାରେ ଅସୁବିଧା ହେବ ନାହିଁ। ଘର କିମ୍ବା ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କ୍ରୟବିକ୍ରୟ ଦ୍ୱନ୍ଦଯୁକ୍ତ ହେବେ। ଯାତ୍ରା, ପ୍ରତିଯୋଗିତା, କଚେରୀ ମାମଲା, ମନୋରଞ୍ଜନ କାର୍ଯ୍ୟକ୍ରମ ଦିଗରୁ ଉପକୃତ ହେବେ। ସାମାନ୍ୟ ଥଣ୍ଡାଜନିତ ରୋଗରେ ପୀଡିତ ହୋଇପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ସହ ମଙ୍ଗଳ ଓ କେତୁ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢ଼ାଇବ। କର୍ମକ୍ଷେତ୍ରରେ କୈାଣସି କଥାକୁ ଖାତିର ନକରି ଆଗକୁ ମାଡି ଚାଲିବେ। ପରୋକ୍ଷ ଶତ୍ରୁତା ଜନିତ ଟେନ୍ସନ ଲାଗି ରହିବା ଯୋଗୁ ଆନମନା ରହିପାରନ୍ତି। ସହକର୍ମୀ, ପଡୋଶୀ କିମ୍ବା ନବାଗତ ବନ୍ଧୁଙ୍କ ସହ ଅଅଳାପ ଆଲୋଚନା ବେଶ୍‍ ଜମିପାରେ।
ସି˚ହ
ସି˚ହ
ଲାଭଭାବରେ ବୁଧାଦିତ୍ୟଙ୍କ ସ୍ଥିତି ହେତୁ ଆପଣଙ୍କ ଆଶା ପୂରଣ କରିବାରେ ସମର୍ଥ ହେବ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଲାଗି ରହିବା ହେତୁ ଚିନ୍ତାଗ୍ରସ୍ଥ ହୋଇପାରନ୍ତି। ପର ଉପରେ ନିର୍ଭର କରିବା କାରଣରୁ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇ ପାରେ।
କନ୍ୟା
ଶନି ଓ ବୃହସ୍ପତିଙ୍କ ସ୍ଥିତିଜନିତ ପରିବାର, ଯାନବାହନ ଏବଂ ସାମୁହିକ କାମରେ ସମସ୍ୟା ଆସିପାରେ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନଙ୍କ ପ୍ରତି ସଜାଗ ରହିବା ଭଲ ହେବ। ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ଆକସ୍ମିକ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବାର ସୂଚନା ରହିଛି।
ତୁଳା
ତୁଳା
କର୍ମସ୍ଥାନରେ ବୁଧଙ୍କ ସ୍ଥିତି କାରଣରୁ ବନ୍ଧୁସମ୍ପର୍କ ଏବଂ ଯାତ୍ରା ପ୍ରୀତିପ୍ରଦ ରହିବ। ଆର୍ଥିକ ସାହାଯ୍ୟ ଓ ବ୍ୟକ୍ତିଗତ ସହଯୋଗ ଲାଭକରି କାମକୁ ଆଗେଇ ନେବେ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ପ୍ରିୟପାତ୍ର ହେବେ। କଳା, ସାହିତ୍ୟ, ସାମ୍ବାଦିକତା ତଥା ସାମାଜିକ କ୍ଷେତ୍ରରେ ପ୍ରଂଶସିତ ହେବା ସହ ସୁନାମ ଅର୍ଜନ କରିବେ।
ବିଛା
ବିଛା
କର୍ମଭାବସ୍ଥ ଚନ୍ଦ୍ର କର୍ମାରମ୍ଭ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ଓ ବନ୍ଧୁମିଳନ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବ। ସମସ୍ୟା ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ। ଆନୁଷ୍ଠାନିକ କାମରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସର୍ବଜନ ପ୍ରଶଂସିତ ହେବେ। ସାମୁହିକ ଆଲୋଚନା, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ ।
ଧନୁ
ଧନୁ
ରବି ଓ ବୃହସ୍ପତି ଏକତ୍ର ରହିଥିବାରୁ ଆପଣଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଅପ୍ରିୟତା ଅର୍ଜନ କରିବେ। ପାରିବାରିକ ଅଶାନ୍ତି ଥମିଯିବାରୁ ପୂର୍ବାଷାଢା ନକ୍ଷତ୍ର ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କୁ ମନ କଥା କହିବାକୁ ପଛେଇ ଯିବା ଫଳରେ ସମାଧାନ ବିଳମ୍ବିତ ହେବ। ସରକାରୀ ସ୍ତରରୁ ଶୁଭସମ୍ବାଦ ପାଇ ଉଲ୍ଲସିତ ହୋଇପାରନ୍ତି।
ମକର
ମକର
ଆଜି ଅଷ୍ଟମ ଚନ୍ଦ୍ର ହେତୁ ପରିବାରରେ ଅଶାନ୍ତି ଉପୁଜିପାରେ। ମଙ୍ଗଳଙ୍କ ଦୁର୍ବଳତାରୁ ପରିବାରର କୈାଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା କ୍ରୟ ବିକ୍ରୟ କିମ୍ବା ବାଣିଜ୍ୟାରମ୍ଭ ସକାଶେ ପଡୋଶୀଙ୍କ ସହଯୋଗ ହିତକାରକ ହେବ। ଲୋଭନୀୟ ପ୍ରତିଶୃତି ଦେଇ ବନ୍ଧୁ ସମ୍ପର୍କ ଦୃଢ଼ କରିବେ।
କୁମ୍ଭ
କୁମ୍ଭ
ଶନିଙ୍କ ଧୈର୍ଯ୍ୟ ଓ ସହନଶୀଳତା ଦ୍ୱାରା ସମସ୍ତ ଚେଷ୍ଟା ଓ ପରିଶ୍ରମ ମୂଲ୍ୟହୀନ ନ ହୋଇପାରେ। କେତେକ ଆକସ୍ମିକ ସମସ୍ୟାକୁ ନେଇ ଯାତ୍ରା, କର୍ମାରମ୍ଭ କିମ୍ବା ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିବ। ପୂର୍ବ ପରିକଳ୍ପିତ ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମଣିବେ। ଚେଷ୍ଟା କରୁଥିବା କାମରେ ସାହାଯ୍ୟ ଲାଭର ଯୋଗ ରହିଛି।
ମୀନମୀନ

ପାପଗ୍ରହ ମଧ୍ୟସ୍ଥ ଗୁରୁ ଓ ଚନ୍ଦ୍ର ଯୋଗୁ ଶାରୀରିକ ସୁସ୍ଥତା ନରହିବା ହେତୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ପରିବାରର ଖର୍ଚ୍ଚଭାର ବଢିଚାଲିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ, ସଭାସମିତିରେ, ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଫେରିଆସିବ। ଚନ୍ଦ୍ର ଷଷ୍ଠଭାବସ୍ଥ ଯୋଗୁ ସନ୍ତାନଙ୍କ କାର୍ଯ୍ୟରେ ଚିନ୍ତିତ ହେବେ।

The post ରାଶିଫଳ: ମଙ୍ଗଳବାର, ଜୁଲାଇ ୧ ତାରିଖ – Daily Horoscope appeared first on Dharitri Odia News.