ଭାଜପା ଯୁବ ସମାବେଶରେ ଉଡିଲା ଚେୟାର

ନିଶ୍ଚିନ୍ତକୋଇଲି,୧୨।୧(ଅଶୋକ କୁମାର ମହାପାତ୍ର ): କଟକ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ହନୁମାନ ମନ୍ଦିର ପାଖରେ ଭାଜପା ପକ୍ଷରୁ ଯୁବ ସମାବେଶ ହୋଇଥିଲା। ଏହି ସଭାରେ ୫ ହଜାର ଯୁବକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏତେ ସଂଖ୍ୟକ ଯୁବକଙ୍କୁ ଦେଖିବାକୁ ମିଳି ନ ଥିଲା। ଅନ୍ୟପକ୍ଷେ କୌଣସି କାରଣକୁ ନେଇ ସଭା ମଧ୍ୟରେ ଗଣ୍ଡଗେଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଯୁବକମାନଙ୍କ ମଧ୍ୟରେ ଚେୟାର ଫୋପଡ଼ା ଫିଙ୍ଗା ହୋଇଥିଲା। ଏହି ସଭାରେ ମାହାଙ୍ଗା ଭାଜପା ନେତା […] The post ଭାଜପା ଯୁବ ସମାବେଶରେ ଉଡିଲା ଚେୟାର appeared first on Dharitri Odia News.

ଭାଜପା ଯୁବ ସମାବେଶରେ ଉଡିଲା ଚେୟାର

ନିଶ୍ଚିନ୍ତକୋଇଲି,୧୨।୧(ଅଶୋକ କୁମାର ମହାପାତ୍ର ): କଟକ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ହନୁମାନ ମନ୍ଦିର ପାଖରେ ଭାଜପା ପକ୍ଷରୁ ଯୁବ ସମାବେଶ ହୋଇଥିଲା। ଏହି ସଭାରେ ୫ ହଜାର ଯୁବକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏତେ ସଂଖ୍ୟକ ଯୁବକଙ୍କୁ ଦେଖିବାକୁ ମିଳି ନ ଥିଲା।
ଅନ୍ୟପକ୍ଷେ କୌଣସି କାରଣକୁ ନେଇ ସଭା ମଧ୍ୟରେ ଗଣ୍ଡଗେଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଯୁବକମାନଙ୍କ ମଧ୍ୟରେ ଚେୟାର ଫୋପଡ଼ା ଫିଙ୍ଗା ହୋଇଥିଲା। ଏହି ସଭାରେ ମାହାଙ୍ଗା ଭାଜପା ନେତା ସାରଦା ପ୍ରଧାନ ସଭାପତିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ, କଟକ ଜିଲା ଭାଜପା ସଭାପତି ପ୍ରକାଶ ବେହେରା ଯୋଗଦେଇ ଯୁବଶକ୍ତି ଏକଜୁଟ ହେବାକୁ ଆହୱାନ ଦେଇଥିଲେ।

The post ଭାଜପା ଯୁବ ସମାବେଶରେ ଉଡିଲା ଚେୟାର appeared first on Dharitri Odia News.