ଭାରତୀୟ ଡେକୋରେଟିଭ୍ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍
ଭୁବନେଶ୍ୱର,୨୩।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ‘ବିର୍ଲା ଓପସ୍ ପେଣ୍ଟସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାରମଙ୍ଗଳମ୍ ବିର୍ଲା ନୂଆ ଡେକୋରେଟିଭ୍ ପେଣ୍ଟସ ବ୍ରାଣ୍ଡ୍ ବିର୍ଲା ଓପସ୍ ପେଣ୍ଟସ୍ ଅଧୀନରେ ନୂଆ ଉପତ୍ାଦ ଓ ସେବାର ଶୁଭାରମ୍ଭ କରିଛନ୍ତି। ସେହିଭଳି ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରି […] The post ଭାରତୀୟ ଡେକୋରେଟିଭ୍ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍ appeared first on Dharitri Odia News.
ଭୁବନେଶ୍ୱର,୨୩।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ‘ବିର୍ଲା ଓପସ୍ ପେଣ୍ଟସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାରମଙ୍ଗଳମ୍ ବିର୍ଲା ନୂଆ ଡେକୋରେଟିଭ୍ ପେଣ୍ଟସ ବ୍ରାଣ୍ଡ୍ ବିର୍ଲା ଓପସ୍ ପେଣ୍ଟସ୍ ଅଧୀନରେ ନୂଆ ଉପତ୍ାଦ ଓ ସେବାର ଶୁଭାରମ୍ଭ କରିଛନ୍ତି। ସେହିଭଳି ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରି ପ୍ରାୟ ୧୦,୦୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଏହା ଜରିଆରେ କମ୍ପାନୀ ୮୦,୦୦୦ କୋଟି ଟଙ୍କାର ଭାରତୀୟ ଡେକୋରେଟିଭ୍ ପେଣ୍ଟ ବଜାରରେ ମଧ୍ୟ ପ୍ରବେଶ କରିଛି। ସେହିପରି କମ୍ପାନୀ ପେଣ୍ଟ ବଜାରରେ ୧୦,୦୦୦ କୋଟି ଟଙ୍କାର ନିବେଶ କରିଛି। ବିର୍ଲା ଗ୍ରୁପ୍ର ପ୍ରମୁଖ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଦ୍ୱାରା ବିର୍ଲା ଓପସ୍ ବ୍ୟବସାୟ ସ୍ଥାପନ କରିଛି।
ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାରମଙ୍ଗଲମ୍ କହିଛନ୍ତି, ଭାରତ ଆଜି ଗତିଶୀଳତା, ଦୁଃସାହସିକତା ଏବଂ ପରିବର୍ତ୍ତନ ଆଗ୍ରହରେ ପରିପୂର୍ଣ୍ଣ ହୋଇଥିଲାବେଳେ ଆମର ପେଣ୍ଟ ଉଦ୍ୟୋଗ ବିର୍ଲା ଓପସ୍ ଏହି ଭାରତରେ ପ୍ରତିଫଳିତ ହୋଇଛି। ଆଦିତ୍ୟ ବିର୍ଲା ଗ୍ରୁପ୍ର କୋଠା ଉପକରଣ ବ୍ୟବସ୍ଥା ବିଷୟରେ ଗଭୀର ବୁଝାମଣା ଆମକୁ ଏକ ଅନନ୍ୟ ସୁବିଧା ପ୍ରଦାନ କରୁଛି। ତେଣୁ ବିର୍ଲା ଓପସ୍ ବର୍ତ୍ତମାନର କ୍ଷମତାଠାରୁ ୪୦%ବୃଦ୍ଧି ସହ କଲର ଇଣ୍ଡଷ୍ଟ୍ରି (ରଙ୍ଗ ଶିଳ୍ପ) ରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର କୌଣସି ପେଣ୍ଟ କମ୍ପାନୀ ଏକକାଳୀନ କାରଖାନା, ପରିଚାଳନା, ଉତ୍ପାଦ ଏବଂ ସେବା ଆରମ୍ଭ କରିନାହିଁ। ଆଦିତ୍ୟ ବିର୍ଲା ଗ୍ରୁପ୍ ଦ୍ୱାରା ବିର୍ଲା ଓପସ୍କୁ ଏକ ବ୍ୟାପକ ଷ୍ଟାର୍ଟଅପ୍ ଭାବେ ଦେଖିବା ଉଚିତ। ଏହା ଏକ ଷ୍ଟାର୍ଟଅପ୍ର ଚପଳତା, ଶକ୍ତି ଏବଂ ବ୍ୟୟ ବହୁଳତାକୁ ଏକ ସ୍ଥିର ଏବଂ ଗତିଶୀଳ ଗୋଷ୍ଠୀର ଦୃମତା, ଭରସାଯୋଗ୍ୟତା ଓ ବ୍ରାଣ୍ଡ୍ ସୁଦୃଢ଼ତା ସହ ମିଶ୍ରଣ କରିଛି।
The post ଭାରତୀୟ ଡେକୋରେଟିଭ୍ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍ appeared first on Dharitri Odia News.