ଅଭିନବ ବିନ୍ଦ୍ରାଙ୍କୁ ଆଇଓସି ଦେବ ‘ଅଲିମ୍ପିକ ଅର୍ଡର’ ସମ୍ମାନ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି) ପକ୍ଷରୁ ସର୍ବୋଚ୍ଚ ସମ୍ମାନ ’ଅଲିମ୍ପିକ ଅର୍ଡର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅଲିମ୍ପିକ୍ସ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ପ୍ୟାରିସ୍‌ ଅଲିମ୍ପିକ୍ସ ଉଦ୍‌ଯାପନୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖରେ ହେବାକୁ ଥିବା ଆଇଓସିର ୧୪୨ତମ ଅଧିବେଶନରେ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆଇଓସି ପକ୍ଷରୁ ପଠାଯାଇଥିବା […]

ଅଭିନବ ବିନ୍ଦ୍ରାଙ୍କୁ ଆଇଓସି ଦେବ ‘ଅଲିମ୍ପିକ ଅର୍ଡର’ ସମ୍ମାନ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି) ପକ୍ଷରୁ ସର୍ବୋଚ୍ଚ ସମ୍ମାନ ’ଅଲିମ୍ପିକ ଅର୍ଡର’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅଲିମ୍ପିକ୍ସ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ପ୍ୟାରିସ୍‌ ଅଲିମ୍ପିକ୍ସ ଉଦ୍‌ଯାପନୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖରେ ହେବାକୁ ଥିବା ଆଇଓସିର ୧୪୨ତମ ଅଧିବେଶନରେ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆଇଓସି ପକ୍ଷରୁ ପଠାଯାଇଥିବା ଚିଠିକୁ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ସାରା ଦେଶ ସହିତ ଏହି ଖୁସି ବାଣ୍ଟିଛନ୍ତି। ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୧୯୭୫ ମସିହାରୁ ଦିଆଯାଉଥିବା ଏହି ସମ୍ମାନ ପାଇବାରେ ସେ ଭାରତରୁ ଦ୍ବିତୀୟ ବ୍ୟକ୍ତି ହେବାକୁ ଯାଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀ ପ୍ରଥମ ଭାରତୀୟ ଭାବେ ‘ଅଲିମ୍ପିକ ଅର୍ଡର’ ସମ୍ମାନରେ ସମ୍ମାନିତ ହୋଇଥିଲେ।