୨୦୨୪ ନିର୍ବାଚନରେ ବିଜେପି ୧୪୯୪ କୋଟି ଖର୍ଚ୍ଚ କରିଛି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ। ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନ‌ରେ ରହିଛି। କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍‌ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍‌ […]

୨୦୨୪ ନିର୍ବାଚନରେ ବିଜେପି ୧୪୯୪ କୋଟି ଖର୍ଚ୍ଚ କରିଛି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ। ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନ‌ରେ ରହିଛି। କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍‌ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍‌ (ଏସୋସିଏସନ ଫର୍‌ ଡିମୋକ୍ରାଟିକ ରିଫର୍ମ‌୍ସ) ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ ସମସ୍ତ ଦଳ ଏକାଠି ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ମୋଟ୍‌ ୩୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେଥି ମଧ୍ୟରୁ ଜାତୀୟ ଦଳ ଗୁଡ଼ିକ ୨୨୦୪ ‌କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି ଯାହା କି ମୋଟ୍‌ ଖର୍ଚ୍ଚର ୬୫.୭୫ ପ୍ରତିଶତ। ଅନ୍ୟପକ୍ଷେ ଆଞ୍ଚଳିକ ଦଳଗୁଡ଼ିକ ୧୧୪୮.୪୯ କୋଟି ଟଙ୍କା (୩୪.୨୫%) ଖର୍ଚ୍ଚ କରିଛନ୍ତି। ୱାଇଏସ୍‌ଆର କଂଗ୍ରେସ ପାର୍ଟି ୩୨୫.୬୭ (୯.୭୧ପ୍ରତିଶତ) କୋଟି ଖର୍ଚ୍ଚ କରିଥିବା ବେଳେ ବିଜେଡି ୨୭୮.୦୩ କୋଟି ଟଙ୍କା (୮.୨୯ ପ୍ରତିଶତ) ଖର୍ଚ୍ଚ କରିଛି। ବିଜେଡି ପଛକୁ ତୃଣମୂଳ କଂଗ୍ରେସ ୧୪୭.୬୮ କୋଟି ଟଙ୍କା (୪.୪୦ ପ୍ରତିଶତ) ଖର୍ଚ୍ଚ କରିଛି। ଡିଜିଟାଲ ପ୍ରଚାର ଖର୍ଚ୍ଚରେ ବିଜେଡି ସବା ଆଗରେ ରହି ସମସ୍ତଙ୍କୁ ଚମକାଇ ଦେଇଛି। ବିଜେଡି କେବଳ ଡିଜିଟାଲ ପ୍ରଚାର ବାବଦରେ ୮୩.୦୩ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜେଡି ପଛକୁ କଂଗ୍ରେସ ଡିଜିଟାଲ ପ୍ରଚାର ପାଇଁ ୪୭.୬୯ କୋଟି ଖର୍ଚ୍ଚ କରିଥିବା ବେଳେ ବିଜେପି ମାତ୍ର ୧.୦୬ କୋଟି ଖର୍ଚ୍ଚ କରିଛି। ଡିଜିଟାଲ ପ୍ରଚାର ପାଇଁ ବିଭିନ୍ନ ଦଳ ୧୩୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ପାଇଁ ୨୮.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷେ ବିଜେପି ନିର୍ବାଚନ ପ୍ରଚାରରେ ସର୍ବାଧିକ ୯୮୩.୯୨ କୋଟି ଖର୍ଚ୍ଚ କରିଛି। ମୋଟ୍‌ ପାଣ୍ଠି ବାବଦରେ ଜାତୀୟ ଦଳଗୁଡ଼ିକ ୬୯୩୦.୨୪୬ କୋଟି ଟଙ୍କା (୯୩.୦୮%) ହାସଲ କରିଥିବା ବେଳେ ଆଞ୍ଚଳିକ ଦଳମାନେ ୫୧୫.୩୨ କୋଟି ଟଙ୍କା( ୬.୯୨%) ପାଇଛନ୍ତି। ବିଜେପି ଚାନ୍ଦା ବାବଦରେ ୬,୨୬୮ କୋଟି ହାସଲ କରିଥିବା ବେଳେ କଂଗ୍ରେସ ୫୯୨.୪୮ କୋଟି ହାସଲ କରିଛି।