ଆତଙ୍କବାଦ, ନିଶାଦ୍ରବ୍ୟ ଚୋରାଚାଲାଣରେ ସମ୍ପୃକ୍ତି ଅଭିଯୋଗରେ ୬ ସରକାରୀ କର୍ମଚାରୀ ବହିଷ୍କୃତ
ଜମ୍ମୁ,: ଆତଙ୍କବାଦୀ କାର୍ଯ୍ୟକଳାପ ଓ ନିଶାଦ୍ରବ୍ୟ ଚୋଚରାଚାଲାଣରେ ସଂପୃକ୍ତି ଥିବାରୁ ଜମ୍ମୁ କାଶ୍ମୀର ସରକାରଙ୍କ ଦ୍ବାରା ପୋଲିସ ସମେତ ୬ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ସମ୍ବିଧାନର ଧାରା ୩୧୧(୨) (ସି) ଅଧୀନରେ ୬ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ପରିଚାଳିତ ନୋର୍କୋ ଟେରର୍ ନେଟୱର୍କ ଏବଂ ପାକିସ୍ତାନ ମାଟିରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ରହିଛି। ଜମ୍ମୁ କାଶ୍ମୀର […]

ଜମ୍ମୁ,: ଆତଙ୍କବାଦୀ କାର୍ଯ୍ୟକଳାପ ଓ ନିଶାଦ୍ରବ୍ୟ ଚୋଚରାଚାଲାଣରେ ସଂପୃକ୍ତି ଥିବାରୁ ଜମ୍ମୁ କାଶ୍ମୀର ସରକାରଙ୍କ ଦ୍ବାରା ପୋଲିସ ସମେତ ୬ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ସମ୍ବିଧାନର ଧାରା ୩୧୧(୨) (ସି) ଅଧୀନରେ ୬ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ବାରା ପରିଚାଳିତ ନୋର୍କୋ ଟେରର୍ ନେଟୱର୍କ ଏବଂ ପାକିସ୍ତାନ ମାଟିରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ରହିଛି। ଜମ୍ମୁ କାଶ୍ମୀର ପୋଲିସ ବହିଷ୍କୃତ ହୋଇଥିବା କର୍ମଚାରୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରିଛି। ତେବେ ପୋଲିସ ସମେତ ସରକାର ମୋଟ୍ ୬ କର୍ମଚାରୀଙ୍କୁ ବହିଷ୍କାର କରିବା ସହ ଚଳିତ ମାସରେ ମୋଟ୍ ୮ ଜଣ କର୍ମଚାରୀଙ୍କୁ ଗିରଫ କରାଗଲାଣି। ବହିଷ୍କୃତ ହୋଇଥିବା ସରକାରୀ କର୍ମଚାରୀମାନେ ହେଉଛନ୍ତି ଫାରୁକ୍ ଅହମଦ ଶେଖ୍ (କନଷ୍ଟେବଳ), ଖଲିଦ ହୁସେନ ଶାହ (କନଷ୍ଟେବଳ), ରହମତ ଶାହ (କନଷ୍ଟେବଳ), ଇରଶାଦ ଅହମଦ ଚାଲ୍କୋ (କନଷ୍ଟେବଳ), ନଜାମ ଡିନ୍ (ଶିକ୍ଷକ), ସୈଫ୍ ଡିନ୍ (କନଷ୍ଟେବଳ)।