ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଅସୁସ୍ଥ

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ମର୍ଣ୍ଣିଂ ସୋମବାର ଓ୍ଵାକ୍ ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଦୁରାଇମୁରୁଗାନ୍ କହିଛନ୍ତି ଯେ ସେ ସୁସ୍ଥ ହେଉଛନ୍ତି। ସେ ଖୁବ୍ ଶୀଘ୍ର ଘରକୁ ଫେରିବେ ବୋଲି ଦୁରାଇମୁରୁଗାନ୍ ଗଣମାଧ୍ୟମକୁ କହିଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମଧ୍ୟ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଭେଟିଥିଲେ। ନିୟମିତ ପ୍ରାତଃଭ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ […]

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଅସୁସ୍ଥ

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ମର୍ଣ୍ଣିଂ ସୋମବାର ଓ୍ଵାକ୍ ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଦୁରାଇମୁରୁଗାନ୍ କହିଛନ୍ତି ଯେ ସେ ସୁସ୍ଥ ହେଉଛନ୍ତି। ସେ ଖୁବ୍ ଶୀଘ୍ର ଘରକୁ ଫେରିବେ ବୋଲି ଦୁରାଇମୁରୁଗାନ୍ ଗଣମାଧ୍ୟମକୁ କହିଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମଧ୍ୟ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଭେଟିଥିଲେ। ନିୟମିତ ପ୍ରାତଃଭ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତା‌ଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ନିଦାନ ପରୀକ୍ଷା କରାଯାଉଛି ବୋଲି ମେଡିକାଲ ସେବା ନିର୍ଦ୍ଦେଶକ ଡାକ୍ତର ଅନୀଲ ବିଜି କହିଛନ୍ତି। ଷ୍ଟାଲିନ ୩ ଦିନ ହସ୍ପିଟାଲ୍‌ରେ ରହିବେ ବୋଲି ଜଣାପଡ଼ିଛି।