ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮୦ଜଣ ଜୁଆଡ଼ି ଗିରଫ

ନୂଆପଡା:ନୂଆପଡା ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ଧରଣର ଚଢ଼ାଉ।ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଚାଳମୁଡା ଗାଁ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ହୋଇଛି।ନୂଆପଡା ଏସପି ଜିଆର ରାଘବେନ୍ଦ୍ରଙ୍କ ନେତୃତ୍ୱରେ କୋରାପୁଟ ପୋଲିସ ଓ ନୂଆପଡା ପୋଲିସର ମିଳିତ ଭାବେ ଜୁଆଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏହି ଚଢ଼ାଉ ରେ ୮୦ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ସହ ୨୦ଟି କାର ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। […]

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮୦ଜଣ ଜୁଆଡ଼ି ଗିରଫ

ନୂଆପଡା:ନୂଆପଡା ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ଧରଣର ଚଢ଼ାଉ।ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଚାଳମୁଡା ଗାଁ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ହୋଇଛି।ନୂଆପଡା ଏସପି ଜିଆର ରାଘବେନ୍ଦ୍ରଙ୍କ ନେତୃତ୍ୱରେ କୋରାପୁଟ ପୋଲିସ ଓ ନୂଆପଡା ପୋଲିସର ମିଳିତ ଭାବେ ଜୁଆଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏହି ଚଢ଼ାଉ ରେ ୮୦ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ସହ ୨୦ଟି କାର ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG( SWR)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢାଉ କରିଥିଲା। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୮୦ ଜଣଙ୍କୁ ଗିରଫ କରିଛି।ଏହାସହ ୭୪ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।