ଗିଲଙ୍କ ଶତକ ପରେ ରୋମାଞ୍ଚକର ମୋଡ଼ରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ

ବିଶାଖାପାଟଣା: ପାଖାପାଖି ବର୍ଷେ ପରେ ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଚାଲୁଥିବା ଦ୍ବିତୀୟ ଟେଷ୍ଟରେ ଭାରତ ଦ୍ବିତୀୟ ପାଳିରେ ୨୫୫ ରନ୍କରିଛି। ଏହାଫଳରେ ଇଂଲଣ୍ଡ ସମ୍ମୁଖରେ ୩୯୯ ରନ୍ର ଲକ୍ଷ ଧାର୍ଯ୍ୟ ହୋଇଛି। ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ଦ୍ବିତୀୟ ପାଳିରେ ୧ ୱିକେଟ୍ ବିନିମୟରେ ୬୭ ରନ୍ ସଂଗ୍ରହ କରିନେଇଛି। ବେନ୍ ଡକେଟ୍ ୨୮ ରନ୍ରେ ବ୍ୟାଟିଂ କରୁଥିଲା ବେଳେ ରବିଚନ୍ଦ୍ରନ ଅଶ୍ବିନ ତାଙ୍କୁ ଆଉଟ୍ କରିଛନ୍ତି। ଜ୍ୟାକ୍ କ୍ରଲି […]

ଗିଲଙ୍କ ଶତକ ପରେ ରୋମାଞ୍ଚକର ମୋଡ଼ରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ

ବିଶାଖାପାଟଣା: ପାଖାପାଖି ବର୍ଷେ ପରେ ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଚାଲୁଥିବା ଦ୍ବିତୀୟ ଟେଷ୍ଟରେ ଭାରତ ଦ୍ବିତୀୟ ପାଳିରେ ୨୫୫ ରନ୍କରିଛି। ଏହାଫଳରେ ଇଂଲଣ୍ଡ ସମ୍ମୁଖରେ ୩୯୯ ରନ୍ର ଲକ୍ଷ ଧାର୍ଯ୍ୟ ହୋଇଛି। ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ଦ୍ବିତୀୟ ପାଳିରେ ୧ ୱିକେଟ୍ ବିନିମୟରେ ୬୭ ରନ୍ ସଂଗ୍ରହ କରିନେଇଛି। ବେନ୍ ଡକେଟ୍ ୨୮ ରନ୍ରେ ବ୍ୟାଟିଂ କରୁଥିଲା ବେଳେ ରବିଚନ୍ଦ୍ରନ ଅଶ୍ବିନ ତାଙ୍କୁ ଆଉଟ୍ କରିଛନ୍ତି। ଜ୍ୟାକ୍ କ୍ରଲି ୨୯* ଓ ନାଇଟ୍ ୱାଚମ୍ୟାନ୍ ରେହାନ ଅହମ୍ମଦ ୯* ରନ୍ କରି ଅପରାଜିତ ଅଛନ୍ତି।
ରବିବାର ସକାଳେ ଭାରତ ଅସମାପ୍ତ ଦ୍ବିତୀୟ ପାଳି ୨୮/୦ରୁ ଖେଳ ଆରମ୍ଭ କରିଥିଲା। ଅଧିନାୟକ ରୋହିତ କୌଣସି ରନ୍କରିବା ପୂବରୁ ଜେମ୍ସ ଆଣ୍ଡରସନ୍ଙ୍କ ଶିକାର ହୋଇଥିଲେ। ପଛକୁ ପଛ ଦ୍ବିଶତକ ଅର୍ଜନ କାରୀ ଯଶସ୍ବୀ ଜୟସ୍ବାଲ୍ ମଧ୍ୟ ଆଉ ୨ ରନ୍ ଯୋଡ଼ିବା ପରେ ଆଣ୍ଡରସନ୍ଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶ୍ରେୟସ ଆୟର (୨୯), ରଜତ ପଟିଦାର (୯), ଶ୍ରୀକର ଭରତ (୬) ଖରାପ ଖେଳିବାରୁ ଭାରତ ଚାପରେ ଥିଲା। କିନ୍ତୁ ଗିଲ୍ ଗୋଟିଏ ପଟରୁ ପାଳି ସମ୍ଭାଳିନେବା ସହ ତୃତୀୟ ଟେଷ୍ଟ ଶତକ ଅର୍ଜନ କରିଥିଲେ। ଅକ୍ଷର ପଟେଲ୍ ୪୫ ରନ୍ ଓ ଅଶ୍ବିନ ୨୯ ରନ୍ କରି ଗିଲ୍ଙ୍କ ଉଚିତ୍ ସହଯୋଗ କରିଥିଲେ।