ଡିପଥେରିଆରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ
ରାୟଗଡା : ଘାତକ ସାଜୁଛି ଡିପଥେରିଆ ସଂକ୍ରମଣର । ରାୟଗଡI ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଡିପଥେରିଆ ସଂକ୍ରମଣରେ ପୁଣି ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି । ଗାଁର ରାମନାଥ ମାଝିଙ୍କ ୩ ବର୍ଷର ଝିଅ ସୁମିତ୍ରା ମାଝୀ ଡିପଥେରିଆରେ ସଂକ୍ରମିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ମୃତ୍ୟୁ ବରଣ କରିଛନ୍ତି I ଗତ କିଛିଦିନ ତଳେ ଡିପଥେରିଆ ସଂକ୍ରମଣ ଯୋଗୁଁ ପାଞ୍ଚଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସେହି […]

ରାୟଗଡା : ଘାତକ ସାଜୁଛି ଡିପଥେରିଆ ସଂକ୍ରମଣର । ରାୟଗଡI ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଡିପଥେରିଆ ସଂକ୍ରମଣରେ ପୁଣି ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି । ଗାଁର ରାମନାଥ ମାଝିଙ୍କ ୩ ବର୍ଷର ଝିଅ ସୁମିତ୍ରା ମାଝୀ ଡିପଥେରିଆରେ ସଂକ୍ରମିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ମୃତ୍ୟୁ ବରଣ କରିଛନ୍ତି I
ଗତ କିଛିଦିନ ତଳେ ଡିପଥେରିଆ ସଂକ୍ରମଣ ଯୋଗୁଁ ପାଞ୍ଚଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସେହି ସମୟରେ ସ୍ଵାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଉକ୍ତ ଗାଁର ସମସ୍ତ ଶିଶୁ ଙ୍କୁ ଟୀକାକରଣ କରାଯାଇଥିଲା । କିନ୍ତୁ ପୁଣି ଥରେ ସୁମିତ୍ରା ଡିପଥେରିଆରେ ସଂକ୍ରମିତ ହେବାରୁ ତାକୁ ରାୟଗଡ ମୂଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାହାର ମୃତ୍ୟୁ ଘଟିଛି ।
ମୃତ ଝିଅଙ୍କ ବାପା ରାମନାଥଙ୍କ କହିବାନୁଯାୟୀ, ଟୀକାକରଣ ସମୟରେ ସେ ଓ ତାଙ୍କ ପରିବାର ଗାଁରେ ନଥିଲେ ସେଥିପାଇଁ ତାଙ୍କ ଝିଅକୁ ଏହି ଟୀକା ଦିଆଯାଇପାରି ନଥିଲା। ଯାହା ଫଳରେ ସୁମିତ୍ରାଙ୍କୁ ଡିପଥେରିଆ ସଂକ୍ରମଣ ହୋଇଥିବା ନେଇ ସନ୍ଦେହ ଘନିଭୂତ ହୋଇଥିଲା । ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷଙ୍କ ତରଫରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।