ମୋଦୀଙ୍କ ଜମ୍ମୁ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି

ଶ୍ରୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜମ୍ମୁ-କଶ୍ମୀର ଗସ୍ତ କରିବେ। ଏନେଇ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରବିବାର ଶ୍ରୀନଗରରେ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କାଶ୍ମୀର ଜୋନ୍ ଆଇଜି ଭିକେ ବିରଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ, ସେନା, ବିଏସ୍ଏଫ୍, ସିଆର୍ପିଏଫ୍, ଏସ୍ଏସ୍ବି, ସିଆଇଏସ୍ଏଫ୍, ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ପରେ ପୁଲିସ ମୁଖ୍ୟାଳୟର […]

ମୋଦୀଙ୍କ ଜମ୍ମୁ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି

ଶ୍ରୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜମ୍ମୁ-କଶ୍ମୀର ଗସ୍ତ କରିବେ। ଏନେଇ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରବିବାର ଶ୍ରୀନଗରରେ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କାଶ୍ମୀର ଜୋନ୍ ଆଇଜି ଭିକେ ବିରଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ, ସେନା, ବିଏସ୍ଏଫ୍, ସିଆର୍ପିଏଫ୍, ଏସ୍ଏସ୍ବି, ସିଆଇଏସ୍ଏଫ୍, ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ପରେ ପୁଲିସ ମୁଖ୍ୟାଳୟର ମୁଖପାତ୍ର ଏନେଇ ସୂଚନା ଦେଇ କହିଥିଲେ ଯେ ବୈଠକରେ ସମ୍ଭାବ୍ୟ ଭିଭିଆଇପିଙ୍କ ଗସ୍ତ ପୂର୍ବରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।