ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ – ପ୍ରଭାତୀ ପରିଡା
ଭୁବନେଶ୍ୱର : ପୁନର୍ଗଠନ ହେବ SHG (ସ୍ବୟଂ ସହାୟକ ଗୋଷ୍ଠୀ)। ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ। ଜିପିଏଲଏଫ୍ , ସିପିଏଲ୍, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି , ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁ ପରିବାର ଏଥିରୁ ବଞ୍ଚିତ […]

ଭୁବନେଶ୍ୱର : ପୁନର୍ଗଠନ ହେବ SHG (ସ୍ବୟଂ ସହାୟକ ଗୋଷ୍ଠୀ)। ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ। ଜିପିଏଲଏଫ୍ , ସିପିଏଲ୍, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି , ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁ ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରିଥିଲେ । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ଚେଷ୍ଟା ଆରମ୍ଭ ହୋଇଛି। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡିଥିଲେ। ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି । ସେମାନଙ୍କୁ ବାହାର କରି ନୂଆ ଲୋକ ନିର୍ବାଚିତ ହେବେ। ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ। ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ କରାଯିବ। ଏହା ପର ମାସରେ ଜିପିଏଲଫ ଓ ସିଏଲଫ୍, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ରହିସାରିଛନ୍ତି । ସେମାନେ ଆଉ ରହିପାରିବେନି । ଏହା ସହ ପ୍ରତ୍ୟକ ସଂଘକୁ ରେଜିଷ୍ଟ୍ରେସନ କରାଯିବ ।