୬ ବର୍ଷରେ ଛତିଶଗଡ଼ରେ ୧୭୭ ସୁରକ୍ଷାକର୍ମୀ ଆତ୍ମହତ୍ୟା କଲେଣି
ନୂଆଦିଲ୍ଲୀ: ଛତିଶଗଡ଼ରେ ଗତ ୬ ବର୍ଷ ମଧ୍ୟରେ ୧୭୭ ସୁରକ୍ଷାକର୍ମୀ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୪୦ ଜଣ ଅର୍ଦ୍ଧସାମରିକ ବାହିନୀର ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ପରିବାର, ବ୍ୟକ୍ତିଗତ ପ୍ରସଙ୍ଗ ଏବଂ ସ୍ବାସ୍ଥ୍ୟଗତ କାରଣ ସମେତ ଅନ୍ୟାନ୍ୟ ପ୍ରମୁଖ କାରଣ ପାଇଁ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା ବଢ଼ିଛି । ବରିଷ୍ଠ ବିଜେପି ବିଧାୟକ ଅଜୟ ଚନ୍ଦ୍ରକରଙ୍କ ଏକ ପ୍ରଶ୍ନର ଲିଖିତ ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ ଶର୍ମା ଗୃହରେ […]

ନୂଆଦିଲ୍ଲୀ: ଛତିଶଗଡ଼ରେ ଗତ ୬ ବର୍ଷ ମଧ୍ୟରେ ୧୭୭ ସୁରକ୍ଷାକର୍ମୀ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୪୦ ଜଣ ଅର୍ଦ୍ଧସାମରିକ ବାହିନୀର ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ପରିବାର, ବ୍ୟକ୍ତିଗତ ପ୍ରସଙ୍ଗ ଏବଂ ସ୍ବାସ୍ଥ୍ୟଗତ କାରଣ ସମେତ ଅନ୍ୟାନ୍ୟ ପ୍ରମୁଖ କାରଣ ପାଇଁ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା ବଢ଼ିଛି । ବରିଷ୍ଠ ବିଜେପି ବିଧାୟକ ଅଜୟ ଚନ୍ଦ୍ରକରଙ୍କ ଏକ ପ୍ରଶ୍ନର ଲିଖିତ ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ ଶର୍ମା ଗୃହରେ ସୂଚନା ଦେଇ କହିଛନ୍ତି ଯେ ୨୦୧୯ରୁ ୨୦୨୫ ଜୁନ୍ ୧୫ ମଧ୍ୟରେ ରାଜ୍ୟରେ ୧୧୭ ସୁରକ୍ଷାକର୍ମୀ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ସିଆରପିଏଫ୍, ୫ ଜଣ ବିଏସଏଫ୍, ୩ ଜଣ ଆଇଟିବିପି ଏବଂ ଏସ୍ଏସ୍ବି (ସୀମା ସୁରକ୍ଷା ବଳ), ସିଆଇଏସଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) ଏବଂ ତ୍ରିପୁରା ଷ୍ଟେଟ୍ ରାଇଫଲ୍ସରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଛତିଶଗଡ଼ ସଶସ୍ତ୍ର ବାହିନୀ, ସ୍ପେସାଲ ଟାସ୍କ ଫୋର୍ସ ଏବଂ ହୋମ୍ ଗାର୍ଡ ସମେତ ରାଜ୍ୟ ପୁଲିସର ବିଭିନ୍ନ ଶାଖାର ସଦସ୍ୟମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି।