ଗଣେଶ ଚତୁର୍ଥୀରେ ଅଦ୍ଭୁତ ସଂଯୋଗ; ଜାଣନ୍ତୁ କେଉଁ ସମୟରେ କରିବେ ଗଜାନନଙ୍କ ଆରାଧନା

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଭଗବାନ ଗଶେଶ ହେଲେ ପ୍ରଥମ ଆରାଧ୍ୟ। କୌଣସି ଶୁଭ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଭାବେ ପୂଜା କରାଯାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ତିଥିରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ଗଣେଶ ଚତୁର୍ଥୀ ଭାବେ ସବୁଠି ପାଳନ କରାଯାଏ। ଚଳିତ ବର୍ଷ ଗଣେଶ ପୂଜାରେ ଅଦ୍ଭୁତ ସଂଯୋଗ ଘଟିଛି। ଆଜିର ଦିନରେ ଗଣେଶଙ୍କୁ ପୂଜା କରିବା ଦ୍ୱାରା […]

ଗଣେଶ ଚତୁର୍ଥୀରେ ଅଦ୍ଭୁତ ସଂଯୋଗ; ଜାଣନ୍ତୁ କେଉଁ ସମୟରେ କରିବେ ଗଜାନନଙ୍କ ଆରାଧନା

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଭଗବାନ ଗଶେଶ ହେଲେ ପ୍ରଥମ ଆରାଧ୍ୟ। କୌଣସି ଶୁଭ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଭାବେ ପୂଜା କରାଯାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ତିଥିରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ଗଣେଶ ଚତୁର୍ଥୀ ଭାବେ ସବୁଠି ପାଳନ କରାଯାଏ। ଚଳିତ ବର୍ଷ ଗଣେଶ ପୂଜାରେ ଅଦ୍ଭୁତ ସଂଯୋଗ ଘଟିଛି। ଆଜିର ଦିନରେ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥକୁ ବେଶ ଧୁମଧାମରେ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଦିନଠାରୁ ୧୦ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ଘରେ ଗଜାନନଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ରବି ଯୋଗ, ବ୍ରହ୍ମଯୋଗ ଓ ସର୍ବସ୍ଥ ସିଦ୍ଧି ଯୋଗ ପଡ଼ିଛି। ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଜାନନଙ୍କ ପୂଜାର ସଠିକ୍‌‌ ସମୟ ରହିଛି। ଏହି ସମୟରେ ଆପଣ ଗଣେଶଙ୍କ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବ। ଏହା ବ୍ୟତୀତ ୧୨ଟା ୩୪ମିନିଟରୁ ପରଦିନ ସକାଳ ୬ଟା ୩ମିନିଟ ପର୍ଯ୍ୟନ୍ତ ସର୍ବର୍ଥ ସିଦ୍ଧି ଯୋଗ ରହିଛି। ତେଣୁ ସେପ୍ଟେମ୍ବର ୬ତାରିଖ ସକାଳ ୯ଟା ୨୫ରୁ ୭ତାରିଖ ମଧ୍ୟାହ୍ନ ୧୨ଟା ୩୪ମିନିଟ ପର୍ଯ୍ୟନ୍ତ ରବି ଯୋଗ ଗଠିତ ହେଉଛି। ଏହାସହିତ ୭ତାରିଖ ଦିନ ୧୧ଟା ୧୫ରେ ବ୍ରହ୍ମଯୋଗ ରହିଥିବାରୁ ଏହି ଯୋଗରେ ଗଣେଶଙ୍କୁ ପୂଜା କଲେ ଅନେକ ଶୁଭଫଳ ପ୍ରାପ୍ତି ହେବ।