ରାଜ୍ୟ ସ୍ତରୀୟ ଯୁବ ଉତ୍ସବ: ଦଳଗତ ନୃତ୍ୟରେ କନ୍ଧମାଳ ଦ୍ୱିତୀୟ
ଫୁଲବାଣୀ :ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗ ଏବଂ କ୍ରିଡ଼ା ଯୁବସେନା ବିଭାଗ ପକ୍ଷରୁ ଜିଲା ସ୍ତରୀୟ ଯୁବ ଉତ୍ସବରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାତର ଭାଗନେଇଥିଲେ। କନ୍ଧମାଳ ଜିଲାର ଦଳଗତ ନୃତ୍ୟ ସହିତ ବିଭିନ୍ନ ବିଭାଗରେ ୨୯ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ରାଜ୍ୟ ସ୍ତରୀୟ ଦଳଗତ ପ୍ରତିଯୋଗିତାରେ କନ୍ଧମାଳ ଜିଲାର ଦଳଗତ ନୃତ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶା […]

ଫୁଲବାଣୀ :ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗ ଏବଂ କ୍ରିଡ଼ା ଯୁବସେନା ବିଭାଗ ପକ୍ଷରୁ ଜିଲା ସ୍ତରୀୟ ଯୁବ ଉତ୍ସବରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାତର ଭାଗନେଇଥିଲେ। କନ୍ଧମାଳ ଜିଲାର ଦଳଗତ ନୃତ୍ୟ ସହିତ ବିଭିନ୍ନ ବିଭାଗରେ ୨୯ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ରାଜ୍ୟ ସ୍ତରୀୟ ଦଳଗତ ପ୍ରତିଯୋଗିତାରେ କନ୍ଧମାଳ ଜିଲାର ଦଳଗତ ନୃତ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶା ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅତିଥିଭାବେ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ , ଯୁଗ୍ମ ନିର୍ଦ୍ଦେଶକ ଓ ଅନ୍ୟମାନେ ଯୋଗଦେଇ କନ୍ଧମାଳ ଦଳକୁ ପୁରସ୍କୃତ କରିଥିଲେ। ଦଳଗତ ନୃତ୍ୟରେ କନ୍ଧମାଳ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଯୋଗୁଁଁ ଉକ୍ତ ଦଳକୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଛି।