ଓଲଟିଲା ମଦ ବୋଝେଇ ଟ୍ରକ: ଚାପି ହୋଇ ଜଣେ ମୃତ, ଜଣେ ଆହତ

ପାରାଦୀପ: ପାରାଦୀପ-କୁଜଙ୍ଗ ଥାନା ଅନ୍ତର୍ଗତ ଫାର୍ମ ହାଉସ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ମଦ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାପି ହୋଇଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି ।  ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ।  ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ହୋଇଯାଇଛି ।  କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ମଦ ବୋଝେଇ ଟ୍ରକଟି ପାରାଦୀପ […] The post ଓଲଟିଲା ମଦ ବୋଝେଇ ଟ୍ରକ: ଚାପି ହୋଇ ଜଣେ ମୃତ, ଜଣେ ଆହତ appeared first on KNews Odisha.

ଓଲଟିଲା ମଦ ବୋଝେଇ ଟ୍ରକ: ଚାପି ହୋଇ ଜଣେ ମୃତ, ଜଣେ ଆହତ
accident

ପାରାଦୀପ: ପାରାଦୀପ-କୁଜଙ୍ଗ ଥାନା ଅନ୍ତର୍ଗତ ଫାର୍ମ ହାଉସ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ମଦ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାପି ହୋଇଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି ।  ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ।  ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ହୋଇଯାଇଛି ।  କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ମଦ ବୋଝେଇ ଟ୍ରକଟି ପାରାଦୀପ ଯାଉଥିଲା ଏବଂ କୁଜଙ୍ଗ ବଜାର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଚାପି ହୋଇ ରହିଥିବା ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ଗାଁ ଲୋକଙ୍କ ବନ୍ଧୁ ଥିଲା ମାଙ୍କଡ଼, ଦେହାନ୍ତ ପରେ କୀର୍ତ୍ତନ କରି ଶବ ସତ୍କାର କଲେ ଗ୍ରାମବାସୀ

The post ଓଲଟିଲା ମଦ ବୋଝେଇ ଟ୍ରକ: ଚାପି ହୋଇ ଜଣେ ମୃତ, ଜଣେ ଆହତ appeared first on KNews Odisha.