୬ ମାସର ଶିଶୁକନ୍ୟା ସହ ଗୋଦାବରୀ ନଦୀକୁ ଡେଇଁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

ପୁଣେ: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ନିଜ ୬ ମାସର ଶିଶୁକନ୍ୟାକୁ ସମୟ ଦେଇନପାରିବା ବିଷାଦରେ ଜଣେ ମହିଳା ନିଜ ସନ୍ତାନ ସହ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଅକ୍ଟୋବର ୨ ତାରିଖରେ ଘଟିଛି। ମହିଳା ଡାକ୍ତରଙ୍କ ନାମ ପୂଜା ପ୍ରଭାକର ବରକଟେ। ସେ ନିଜର ୬ ମାସର ଶିଶୁକନ୍ୟାକୁ ସାଥୀରେ ନେଇ ଏକ ଘରୋଇ ଅଟୋରେ ପୈଥାନ୍‌ରୁ ନିକଟସ୍ଥ ଏକ ଗାଁକୁ ଯିବାକୁ ବାହାରିଥିଲେ। ବାଟରେ ଗୋଦାବରୀ ନଦୀ […]

୬ ମାସର ଶିଶୁକନ୍ୟା ସହ ଗୋଦାବରୀ ନଦୀକୁ ଡେଇଁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

ପୁଣେ: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ନିଜ ୬ ମାସର ଶିଶୁକନ୍ୟାକୁ ସମୟ ଦେଇନପାରିବା ବିଷାଦରେ ଜଣେ ମହିଳା ନିଜ ସନ୍ତାନ ସହ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଅକ୍ଟୋବର ୨ ତାରିଖରେ ଘଟିଛି। ମହିଳା ଡାକ୍ତରଙ୍କ ନାମ ପୂଜା ପ୍ରଭାକର ବରକଟେ। ସେ ନିଜର ୬ ମାସର ଶିଶୁକନ୍ୟାକୁ ସାଥୀରେ ନେଇ ଏକ ଘରୋଇ ଅଟୋରେ ପୈଥାନ୍‌ରୁ ନିକଟସ୍ଥ ଏକ ଗାଁକୁ ଯିବାକୁ ବାହାରିଥିଲେ। ବାଟରେ ଗୋଦାବରୀ ନଦୀ ଦେଖିବେ ବୋଲି ଏକ ପୋଲ ନିକଟରେ ଅଟୋ ରିକ୍ସାକୁ ଅଟକାଇଥିଲେ। ନଦୀକୁ କିଛି ସମୟ ଦେଖିବା ପରେ ନିଜ ସନ୍ତାନ ସହ ପୋଲ ଉପରୁ ଡେଇଁପଡ଼ିଥିଲେ। ସୂଚନା ପାଇ ପୁଲିସ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଥିଲେ। ପ୍ରାୟ ୧୫-୨୦ ମତ୍ସ୍ୟଜୀବୀଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟା ପରିଶ୍ରମରେ ଡାକ୍ତରଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଶିଶୁକୁ ଠାବ କରାଯାଇପାରିନାହିଁ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ନିଜର ବୃତ୍ତି ଯୋଗୁଁ ସନ୍ତାନକୁ ଆବଶ୍ୟକ ସମୟ ଦେଇପାରୁନଥିବା ଓ ଦୁଗ୍ଧପାନ କରାଇପାରୁ ନଥିବାରୁ ସେ ବିଷାଦଗ୍ରସ୍ତ ଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରେ ଜଣାପଡ଼ିଛି। ପୁଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।