କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ…

କଟକ,୨୧।୩: କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଶୁକ୍ରବାର ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବ୍ୟାରେଜ ଗେଟ ଉପରେ ଚଢି ଯୁବକ ଜଣକ କିଛି ସମୟ ବ୍ୟାୟାମ କରିଥିଲେ। ପରେ ସେ ମହାନଦୀକୁ ଡିଆଁ ମାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା କଟକରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ କାହିଁକି ନଦୀକୁ […] The post କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ… appeared first on Dharitri Odia News.

କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ…

କଟକ,୨୧।୩: କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଶୁକ୍ରବାର ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବ୍ୟାରେଜ ଗେଟ ଉପରେ ଚଢି ଯୁବକ ଜଣକ କିଛି ସମୟ ବ୍ୟାୟାମ କରିଥିଲେ। ପରେ ସେ ମହାନଦୀକୁ ଡିଆଁ ମାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା କଟକରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ କାହିଁକି ନଦୀକୁ ଡେଇଁଲେ ସେନେଇ ପୋଲିସ ଯୁବକଙ୍କୁ ଅଧିକ ପଚରାଉଚରା କରୁଛି ।

ଯୁବକଙ୍କ ନାଁ ବିକ୍ରମ ଟୁଡୁ ଏବଂ ଘର ଢେଙ୍କାନାଳ ଜିଲା କଙ୍କଡାହାଡ ବୋଲି ଜଣାପଡିଛି। ପିନ୍ଧିଥିବା ପୋଲିସ ପୋଷକ ଭଡ଼ାରେ ଆଣିଥିବା ପୋଲିସ ଆଗରେ ସେ ସ୍ବିକାର କହିଛନ୍ତି । ତେବେ କାହିକିଁ ସେ ଏଭଳି କଲେ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ।

The post କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ… appeared first on Dharitri Odia News.