ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା

ରାୟପୁର,୧।୨: ବୁଧବାର ଛତିଶଗଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ‘ମହତାରୀ ବନ୍ଦନ ଯୋଜନା’କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟରେ ବିବାହିତ ମହିଳାଙ୍କୁ ମାସକୁ ୧୦୦୦ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, ବିଧାନସଭା ନର୍ବାଚନ ସମୟରେ ଭାଜପା ନିଜ ଘୋଷଣା ପତ୍ରରେ ମହତାରୀ ବନ୍ଦନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଯାହା ବୁଧବାର କ୍ୟାବିନେଟ ବୈଠକରେ ଅନୁମୋଦନ ହୋଇଛି। ଏହା ସହିତ ସରକାର ତେନ୍ଦୁ ପତ୍ର ସଂଗ୍ରହକାରୀଙ୍କୁ ଦିଆଯାଇଥିବା ଦରମା ୪୦୦୦ରୁ […] The post ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା appeared first on Dharitri Odia News.

ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା

ରାୟପୁର,୧।୨: ବୁଧବାର ଛତିଶଗଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ‘ମହତାରୀ ବନ୍ଦନ ଯୋଜନା’କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟରେ ବିବାହିତ ମହିଳାଙ୍କୁ ମାସକୁ ୧୦୦୦ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, ବିଧାନସଭା ନର୍ବାଚନ ସମୟରେ ଭାଜପା ନିଜ ଘୋଷଣା ପତ୍ରରେ ମହତାରୀ ବନ୍ଦନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଯାହା ବୁଧବାର କ୍ୟାବିନେଟ ବୈଠକରେ ଅନୁମୋଦନ ହୋଇଛି। ଏହା ସହିତ ସରକାର ତେନ୍ଦୁ ପତ୍ର ସଂଗ୍ରହକାରୀଙ୍କୁ ଦିଆଯାଇଥିବା ଦରମା ୪୦୦୦ରୁ ୫୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ବୁଧବାର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଅଧ୍ୟକ୍ଷତାରେ ମନ୍ତ୍ରାଳୟ ମହାନଦୀ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟର ଉଭୟ ଡେପୁଟି ମୁଖ୍ୟମନ୍ତ୍ରୀ ସମେତ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସରକାର ମହତାରୀ ବନ୍ଦନ ଯୋଜନା କାର୍ଯ୍ୟକାରୀ କରିବା, ତେନ୍ଦୁ ପତ୍ର ସଂଗ୍ରହକାରୀଙ୍କ ବେତନ ବୃଦ୍ଧି, ଛତିଶଗଡ ସିଭିଲ ସର୍ଭିସ (ଚୁକ୍ତିନାମା ନିଯୁକ୍ତି) ନିୟମରେ ପରିବର୍ତ୍ତନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

‘ମହତାରୀ ବନ୍ଦନ ଯୋଜନା’ଯୋଜନା ଅଧୀନରେ ରାଜ୍ୟର ବିବାହିତ ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ଅର୍ଥାତ୍‌ ପ୍ରତିବର୍ଷ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ସ୍ତରରେ ଉନ୍ନତି ଆଣିବା ଏହି ଯୋଜନାର ଉଦ୍ଦେଶ୍ୟ।

The post ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା appeared first on Dharitri Odia News.