ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ
ବ୍ୟାଙ୍କକ୍,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୁରଟ ଥାନି ପ୍ରଦେଶରୁ ରାତାରାତି ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ କୋହ ତାଓକୁ ଯାଉଥିଲା। ତା’ପରେ ଜଣେ ଯାତ୍ରୀ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ସହ ଧୂଆଁ ବାହାରୁଥିବା ଦେଖିଥିଲେ। […] The post ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ appeared first on Dharitri Odia News.
ବ୍ୟାଙ୍କକ୍,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୁରଟ ଥାନି ପ୍ରଦେଶରୁ ରାତାରାତି ଡଙ୍ଗା ଥାଇ ଉପକୂଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ କୋହ ତାଓକୁ ଯାଉଥିଲା। ତା’ପରେ ଜଣେ ଯାତ୍ରୀ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ସହ ଧୂଆଁ ବାହାରୁଥିବା ଦେଖିଥିଲେ। ଡଙ୍ଗାରେ ଥିବା ଜଣେ ଯାତ୍ରୀ ମୈତ୍ରୀ ପ୍ରମଜମ୍ପା କହିଛନ୍ତି, ୫ ମିନିଟ୍ରୁ କମ୍ ସମୟ ମଧ୍ୟରେ ସେ ଧୂଆଁ ଓ ନିଆଁ ବାହାରୁଥିବାର ଦେଖିଥିଲେ ଏବଂ ସେତେବେଳେ ଲୋକମାନେ ଜୋର୍ରେ ପାଟି କଲେ।
ସେ କହିଛନ୍ତି, ଆମ ପାଖରେ ଲାଇଫ୍ ଜ୍ୟାକେଟ୍ ନ ଥିଲା। ଏହା ଅତ୍ୟନ୍ତ ଭୟାନକ ଥିଲା। ଲୋକମାନେ କାନ୍ଦୁଥିଲେ। ମୋ’ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ଏହି ଜାହାଜରେ ୯୭ ଜଣ ସୁରଟ ଥାନିରୁ ଆସିଥିଲେ। ପ୍ରଦେଶର ଜନସମ୍ପର୍କ ବିଭାଗ କହିଛି ଯେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଇଞ୍ଜିନରେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପ୍ରକୃତ ନିଆଁ ଲାଗିବାର କାରଣ କ’ଣ ଅନୁସନ୍ଧାନ କରାଯାଉଛି।
The post ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ appeared first on Dharitri Odia News.