ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ

ନୂଆଦିଲ୍ଲୀ,୧୧ା୨: ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏଏସ୍‌ ଓକା ଏବଂ ଉଜ୍ଜ୍ୱଲ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ପିଟିଶନ୍‌ର ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଛନ୍ତି। ଆଲୋଚ୍ୟ ମାମଲାର ଆବେଦନକାରୀ ଦଭିନ୍ଦର ସିଂ ନାଗି ସାରା ଦେଶରେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ […] The post ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ appeared first on Dharitri Odia News.

ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ

ନୂଆଦିଲ୍ଲୀ,୧୧ା୨: ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏଏସ୍‌ ଓକା ଏବଂ ଉଜ୍ଜ୍ୱଲ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ପିଟିଶନ୍‌ର ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଛନ୍ତି।
ଆଲୋଚ୍ୟ ମାମଲାର ଆବେଦନକାରୀ ଦଭିନ୍ଦର ସିଂ ନାଗି ସାରା ଦେଶରେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଭାରତର ଅନେକ ରାଜ୍ୟରେ ଏଭଳି ସାଇକେଲ୍‌ ଟ୍ରାକ୍‌ ରହିଛି। ତେଣୁ ଭାରତର ସବୁ ସହରରେ ଏହା ନିର୍ମାଣ କରାଯାଉ। ଦୁଇଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଭାରତରେ ଲୋକେ ଘର ଓ ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଉ ନ ଥିବାବେଳେ ଏଭଳି ଆବେଦନ ଦିବାସ୍ବପ୍ନର ପରିଣାମ। ବଡ଼ ସହରଗୁଡ଼ିକୁ ଯାଇ ଦେଖ। ବସ୍ତିକୁ ଯାଅ। ସେଠାରେ ଲୋକେ କିପରି ରହୁଛନ୍ତି ଦେଖ। ବସ୍ତିବାସିନ୍ଦାଙ୍କ ଯନତ୍ ନେବା ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇପାରୁ ନାହାନ୍ତି। ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କିପରି ସମ୍ଭବ। ତେବେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। କାରଣ କେତେକ ହାଇକୋର୍ଟ ଫୁଟ୍‌ପାଥ ନିର୍ମାଣକୁ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ମନେକରୁଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ଅସୁବିଧା ରହିଛି। କେତେକ ରାଜ୍ୟରେ ପାର୍ବତ୍ୟାଞ୍ଚଳ ରହିଛି। ଆଉ କିଛି ରାଜ୍ୟରେ ଏସ୍‌ଟି ଜନସଂଖ୍ୟା ଅଧିକ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ ଦାବି କରିଥିବା ଆବେଦନକାରୀ ଉଚ୍ଚ ଅଦାଲତକୁ ଯାଇପାରିବେ ବୋଲି କହିବା ସହ ଖଣ୍ଡପୀଠ ତାଙ୍କ ଆବଦନକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଯେଉଁ ରାଜ୍ୟଗୁଡ଼ିକ ଫୁଟ୍‌ପାଥ ଓ ସାଇକେଲ ଟ୍ରାକ୍‌ ନିର୍ମାଣ ଆରମ୍ଭ କରିଛନ୍ତି, ସେମାନେ ଏହି ଉଦ୍ୟମ ଜାରି ରଖନ୍ତୁ ବୋଲି ଶୀର୍ଷ ଅଦାଲତ ପରାମର୍ଶ ଦେଇଛନ୍ତି।

The post ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ appeared first on Dharitri Odia News.