କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା

ନୂଆଦିଲ୍ଲୀ,୮।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥି ସହିତ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ତେବେ ଅପରାହ୍ନ ସୁଦ୍ଧା କେଉଁ ଦଳ ସରକାର ଗଠନ କରିପାରନ୍ତି ସେନେଇ ପରିସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯିବ। ହରିୟାଣାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଅନୁଯାୟୀ କଂଗ୍ରେସ ୬୦ଟି ଆସନରେ ଆଗୁଆ ରହିଛି। ତେବେ ପୋଷ୍ଟାଲ […] The post କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା appeared first on Dharitri Odia News.

କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା

ନୂଆଦିଲ୍ଲୀ,୮।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥି ସହିତ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ତେବେ ଅପରାହ୍ନ ସୁଦ୍ଧା କେଉଁ ଦଳ ସରକାର ଗଠନ କରିପାରନ୍ତି ସେନେଇ ପରିସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯିବ।
ହରିୟାଣାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଅନୁଯାୟୀ କଂଗ୍ରେସ ୬୦ଟି ଆସନରେ ଆଗୁଆ ରହିଛି। ତେବେ ପୋଷ୍ଟାଲ ବାଲାଟ ଗଣନା ଜାରି ରହିଛି। ଇଭିଏମ ଏପର୍ଯ୍ୟନ୍ତ ଖୋଲାଯିବ ନାହିଁ। ଏଥି ସହିତ ୧୭ଟି ଆସନରେ ଭାଜପା ଆଗରେ ରହିଛି। ଅନ୍ୟମାନେ ୯ଟି ଆସନରେ ଆଗରେ ଥିବାବେଳେ
ଜମ୍ମୁ କଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ ୩୧ ଟି ଆସନରେ ଆଗରେ ରହିଛି। ଯେଉଁଠାରେ ଭାଜପା ୨୫ ଟି ଆସନରେ ଆଗରେ ରହିଛି।

The post କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା appeared first on Dharitri Odia News.