ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି

ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟି ଯୋଗୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହେଲେ। ସୌରା ଲିପି ଓ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ। ଏହାର ପୁନର୍ବିଚାର ଦାବିରେ ମାର୍ଚ୍ଚ ପହିଲାରୁ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ା ସୋମବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା। ଦସ୍ତଖତ ଅଭିଯାନ କରାଯିବା ପରେ ତାହାକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ […] The post ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି appeared first on Dharitri Odia News.

ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି

ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟି ଯୋଗୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହେଲେ। ସୌରା ଲିପି ଓ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ। ଏହାର ପୁନର୍ବିଚାର ଦାବିରେ ମାର୍ଚ୍ଚ ପହିଲାରୁ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ା ସୋମବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା। ଦସ୍ତଖତ ଅଭିଯାନ କରାଯିବା ପରେ ତାହାକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିବେ ବୋଲି ସେ କହିଛନ୍ତି। ସପ୍ତଗିରି ପୁଣି କହିଛନ୍ତି ଯେ, ୧୯୯୭ ପର୍ଯ୍ୟନ୍ତ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଉଥିଲେ। ହେଲେ ସରକାରଙ୍କ ଶିଳ୍ପନୀତି ସେମାନଙ୍କ ପାଇଁ ମାନ୍ୟତା ବନ୍ଦ କରିଦେଲା। ଫଳରେ ରାୟଗଡ଼ା ଓ କୋରାପୁଟ ଜିଲାର ୧ ଲକ୍ଷ ଝୋଡ଼ିଆ ସମ୍ପ୍ରଦାୟ ଲୋକ ହନ୍ତସନ୍ତ ହେଉଛନ୍ତି। ସେହିଭଳି ସୌରା ଭାଷା ଓ ଲିପି ପାଇଁ ଆମେ ଗର୍ବିତ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇନାହିଁ। ଏହାକୁ ନେଇ ସେ ବାରମ୍ବାର ସଂସଦରେ ପ୍ରଶ୍ନ କରିଛନ୍ତି। ତେବେ ଏ ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ା ଏହାର ପ୍ରତିବାଦରେ ଏହି ଦସ୍ତଖତ ଅଭିଯାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏଥିରେ ବହୁ ସଂଖ୍ୟାରେ ଲୋକେ ସାମିଲ ହେବେ ବୋଲି ସେ କହିଛନ୍ତି।
ପଦ୍ମପୁରକୁ ଏନ୍‌ଏସି ମାନ୍ୟତା ଦିଆ ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୨୦ରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଯେଉଁ ୯ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ, ସେଥିରେ ଏହା ରହିଥିଲା। କିନ୍ତୁ ଘୋଷଣା ବେଳେ ପଦ୍ମପୁରକୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରିବାରରୁ କେବଳ ସେ ନିଜେ ନିର୍ବାଚନ ଲଢ଼ିବେ ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରରୁ ହିଁ ଲଢ଼ିବେ ବୋଲି କହିଛନ୍ତି। ହେଲେ ତାଙ୍କ ଭାଇ ସୀମାଞ୍ଚଳ ଉଲାକା ରାୟଗଡ଼ା ବିଧାନସଭା ଆସନ ପାଇଁ ଆବେଦନ କରିଛନ୍ତି, କିନ୍ତୁ ସେ ଲଢ଼ିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢ଼ିବାକୁ ଅନେକ ଆଶାୟୀ ରହିଛନ୍ତି, ତେବେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ବୋଲି ସପ୍ତଗିରି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ଆପଲାସ୍ବାମୀ କାଡ୍ରାକା, ସୁନୀଲ ପଣ୍ଡା, ଚିନ୍ନାରୀ କ୍ରିଷ୍ଣା, ମହିଳା କଂଗ୍ରେସ ସଭାନେତ୍ରୀ ଅମ୍ବିକା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

The post ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି appeared first on Dharitri Odia News.