ଫାଇନାଲରେ ଅଲକାରାଜ

ପ୍ୟାରିସ, ୮।୬: ତୃତୀୟ ସିଡ୍‌ ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଏକ କଡ଼ା ମୁକାବିଲାରେ ଅଲ୍‌କାରେଜ ଦ୍ୱିତୀୟ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୨-୬, ୬-୩, ୩-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଚମତ୍କାର ପ୍ରଦର୍ଶନ କରି ସିନର ପ୍ରଥମ ସେଟ୍‌କୁ ୬-୨ରେ ଜିତିଥିଲେ। ମାତ୍ର ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ଅଲ୍‌କାରାଜ […] The post ଫାଇନାଲରେ ଅଲକାରାଜ appeared first on Dharitri Odia News.

ଫାଇନାଲରେ ଅଲକାରାଜ

ପ୍ୟାରିସ, ୮।୬: ତୃତୀୟ ସିଡ୍‌ ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଏକ କଡ଼ା ମୁକାବିଲାରେ ଅଲ୍‌କାରେଜ ଦ୍ୱିତୀୟ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୨-୬, ୬-୩, ୩-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଚମତ୍କାର ପ୍ରଦର୍ଶନ କରି ସିନର ପ୍ରଥମ ସେଟ୍‌କୁ ୬-୨ରେ ଜିତିଥିଲେ। ମାତ୍ର ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ଅଲ୍‌କାରାଜ ଦ୍ୱିତୀୟ ସେଟ୍‌କୁ ୬-୩ରେ ଜିତିବାରୁ ମ୍ୟାଚ ବରାବରସ୍ଥିତିକୁ ଆସିଥିଲା। ତୃତୀୟ ସେଟ୍‌ରେ କିନ୍ତୁ ବାଜି ମାରିଥିଲେ ସିନର। ସେ ୬-୩ରେ ବିଜୟ ହାସଲ କରି ପୁଣି ଅଗ୍ରଣୀ ହାସଲ କରିଥିଲେ। ମାତ୍ର ଅଲ୍‌କାରାଜ ୪ର୍ଥ ସେଟ୍‌କୁ ୬-୪ରେ ଜିତିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ୫ମ ତଥା ନିର୍ଣ୍ଣାୟକ ସେଟ୍‌କୁ ୬-୩ ସେଟ୍‌ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ ଅଲ୍‌କାରାଜ। ଅଲ୍‌କାରାଜଙ୍କ ପାଇଁ ଏହା ପ୍ରଥମ ଫାଇନାଲ ପ୍ରବେଶ। ଏହା ପୂର୍ବରୁ ୨୦୨୩ ଫ୍ରେଞ୍ଚ୍‌ ଓପନରେ ସେ ସେମିଫାଇନାଲରୁ ବିଦାୟ ନେଇଥିଲେ। ଏଠାରେ ଫାଇନାଲରେ ପ୍ରବେଶ କରିଥିବାରି ସ୍ପାନିଶ୍‌ ଖେଳାଳିଙ୍କ ନିକଟରେ କ୍ୟାରିୟରର ୩ୟ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସମ୍ଭାବନା ରହିଛି। ପୂର୍ବରୁ ସେ ୨୦୨୨ରେ ୟୁଏସ୍‌ ଓପନ ଏବଂ ୨୦୨୩ରେ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ପରାଜୟ ଦ୍ୱାରା ଚଳିତ ବର୍ଷର ଅଷ୍ଟ୍ରେଲିଆନ ଓପନ ବିଜେତା ସିନରଙ୍କ ଫ୍ରେଞ୍ଚ ଓପନ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି।

The post ଫାଇନାଲରେ ଅଲକାରାଜ appeared first on Dharitri Odia News.