ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର

ବଲାଙ୍ଗୀର, ୧ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଲ ସେକ୍‌ସନର ବାନ୍ଧନପାଲି ଗାଁ ନିକଟରେ ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମୃତ ବନ କର୍ମଚାରୀ ହେଲେ ରୂପେଶ ଛତ୍ରିଆ। ଦୁଇ ଗୁରୁତର ବନ କର୍ମଚାରୀ ହେଲେ ପ୍ରଶାନ୍ତ ନାୟକ ଏବଂ ତାରେଶ୍ୱର ରଣା। ଏହି ଦୁଇ ବନ କର୍ମଚାରୀ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ […] The post ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର appeared first on Dharitri Odia News.

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର

ବଲାଙ୍ଗୀର, ୧ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଲ ସେକ୍‌ସନର ବାନ୍ଧନପାଲି ଗାଁ ନିକଟରେ ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମୃତ ବନ କର୍ମଚାରୀ ହେଲେ ରୂପେଶ ଛତ୍ରିଆ। ଦୁଇ ଗୁରୁତର ବନ କର୍ମଚାରୀ ହେଲେ ପ୍ରଶାନ୍ତ ନାୟକ ଏବଂ ତାରେଶ୍ୱର ରଣା। ଏହି ଦୁଇ ବନ କର୍ମଚାରୀ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବାନ୍ଧନପାଲି ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିବା ଖବର ପାଇବା ପରେ ସକାଳେ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ଲାଠୋର ରେଞ୍ଜର ବନ କର୍ମଚାରୀମାନେ ହାତୀ ଟ୍ରାକିଂ କରୁଥିଲେ। ଜଙ୍ଗଲ ଭିତରେ ଟ୍ରାକିଂ କରୁଥିବାବେଳେ ସେମାନେ ହଠାତ୍‌ ଦନ୍ତାହାତୀ ସହ ମୁହଁାମୁହିଁ ହୋଇଥିଲେ। ଦନ୍ତାଟି ପ୍ରୋଟେକଶନ୍‌ ସ୍କ୍ବାଡ୍‌ ଉପରେ ଆକ୍ରମଣ କରିଥିଲା। ଏଥିରେ ରୂପେଶ, ପ୍ରଶାନ୍ତ ଓ ତାରେଶ୍ୱର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା।

ରୂପେଶଙ୍କ ଜଘଂ ଓ ଛାତି ଉପରେ ଦନ୍ତା ଆକ୍ରମଣ କରିଥିବାରୁ ସେ ଅତି ଗୁରୁତର ହୋଇପଡିଥିଲେ। ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଓ ଅନ୍ୟ ବନ ଅଧିକାରୀ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚତ୍ଥିଲେ। ଦୁଇ ଗୁରୁତର କର୍ମଚାରୀଙ୍କୁ ଉତ୍ତମ ଚିକିତ୍ସା ଦେବାକୁ ଜୋର ଦିଆଯାଇଛି।

 

The post ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର appeared first on Dharitri Odia News.