ମହିଳାଙ୍କ ଅନେକ ସମସ୍ୟାର ସମାଧାନ କରେ ଗୁଡ଼ ପାଣି
ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମୁକ୍ତି ମିଳିଥାଏ । ଏନେଇ ଆମେରିକା ଓହିଓ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ […] The post ମହିଳାଙ୍କ ଅନେକ ସମସ୍ୟାର ସମାଧାନ କରେ ଗୁଡ଼ ପାଣି appeared first on Dharitri Odia News.
ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମୁକ୍ତି ମିଳିଥାଏ । ଏନେଇ ଆମେରିକା ଓହିଓ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ। ଏହା ଶ୍ୱାସନଳୀର କାର୍ଯ୍ୟକୁ ସ୍ବାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫଳରେ ବିଭିନ୍ନ ବାୟୁ ପ୍ରଦୂଷଣରେ ଏହା ଶରୀର ଲାଗି ସୃଷ୍ଟି କରିଥାଏ ସୁରକ୍ଷା ବଳୟ। ମହିଳାଙ୍କଠାରେ ଦେଖାଦେଉଥିବା ବିଭିନ୍ନ ଋତୁସ୍ରାବ ସମସ୍ୟା ନିୟମିତ ଗୁଡ଼ପାଣି ପିଇଲେ ଦୂର ହୋଇଥାଏ। ଏହା ରକ୍ତହୀନତା ରୋଗରୁ ମୁକ୍ତି ଦିଏ ତଥା ପେଟକୁ ଥଣ୍ଡା ରଖିବାରେ ହୋଇଥାଏ ସହାୟକ। ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାରୁ ଏହା ମୁକ୍ତି ଦେବା ସହିତ ମେଦବହୁଳତା କମାଇବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି।
The post ମହିଳାଙ୍କ ଅନେକ ସମସ୍ୟାର ସମାଧାନ କରେ ଗୁଡ଼ ପାଣି appeared first on Dharitri Odia News.