ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ହାବିଲଦାର, ସିପାହୀ ଓ କନେଷ୍ଟବଳ ମହସଂଘର ସଭାପତି ହେଲେ ଅନିଲ କୁମାର ଷଣ୍ଢ (ହାବିଲଦାର/୧୭୮)। କେନ୍ଦୁଝର ଜିଲା ସଂଘର ତୃତୀୟଥର ସଭାପତି ଥାଏ ମହାସଂଘର ପ୍ରଥମ ସଭାପତି ହୋଇଛନ୍ତି। ଏହାକୁ ନେଇ କେନ୍ଦୁଝର ଜିଲାର ପୋଲିସ ବିଭାଗର ସମସ୍ତ କର୍ମଚାରୀମାନେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲାରୁ ପ୍ରଥମ ଥର ପାଇଁ ମହାସଂଘର ସଭାପତି ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି। ଗତ ନଭେମ୍ବର ୧୬ରେ ପ୍ରତ୍ୟେକ ଜିଲାରେ […] The post ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ appeared first on Dharitri Odia News.

ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ହାବିଲଦାର, ସିପାହୀ ଓ କନେଷ୍ଟବଳ ମହସଂଘର ସଭାପତି ହେଲେ ଅନିଲ କୁମାର ଷଣ୍ଢ (ହାବିଲଦାର/୧୭୮)। କେନ୍ଦୁଝର ଜିଲା ସଂଘର ତୃତୀୟଥର ସଭାପତି ଥାଏ ମହାସଂଘର ପ୍ରଥମ ସଭାପତି ହୋଇଛନ୍ତି। ଏହାକୁ ନେଇ କେନ୍ଦୁଝର ଜିଲାର ପୋଲିସ ବିଭାଗର ସମସ୍ତ କର୍ମଚାରୀମାନେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲାରୁ ପ୍ରଥମ ଥର ପାଇଁ ମହାସଂଘର ସଭାପତି ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି। ଗତ ନଭେମ୍ବର ୧୬ରେ ପ୍ରତ୍ୟେକ ଜିଲାରେ ନିର୍ବାଚନ ହୋଇଥିବାବେଳେ ଆଜି ନଭେମ୍ବର ୧୯ରେ କଟକ ସ୍ଥିତ ପୋଲିସ ମହାନିର୍ଦ୍ଦେଶକଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଗଣତି ହୋଇଥିଲା। ଚିଠି ନମ୍ବର୍‌ ୩୯୬୯/୧୯/୧୧/୨୦୨୪ରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ପୋଲିସ ବିଭାଗରେ ତାଙ୍କର ଲୋକପ୍ରିୟତା ରହିଛି। ଏଣୁ ଜିଲାରେ ତିନି ଥର ସଭାପତି ନିର୍ବାଚିତ ହୋଇଥିଲେ। ପୋଲିସ ବିଭାଗରେ କର୍ମଚାରୀଙ୍କ ପାଇଁ ବହୁ କାମ କରିଥିବାବେଳେ ଏବେ ରାଜ୍ୟରେ ସମସ୍ତଙ୍କ ପାଇଁ କାମ କରିବେ ବୋଲି ତାଙ୍କ ନିକଟତମ ବନ୍ଧୁମାନେ ଆଶା ବ୍ୟକ୍ତ କରିଛନ୍ତି।

 

The post ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ appeared first on Dharitri Odia News.