ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ
ନୂଆଦିଲ୍ଲୀ,୨୫।୧: ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ସୁଇଜରଲାଣ୍ଡର ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେଶନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏପରି କି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେଶନର ପ୍ରଭାବଶାଳୀ ପଦକ୍ଷେପଗୁଡିକ ଉପରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି […] The post ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧: ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ସୁଇଜରଲାଣ୍ଡର ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେଶନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏପରି କି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେଶନର ପ୍ରଭାବଶାଳୀ ପଦକ୍ଷେପଗୁଡିକ ଉପରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଫୋରମରେ ଇନଭେଷ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ୟାଭିଲିୟନଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିନ୍ଦଲ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସହ ଯୋଗ ଦେଇଥିଲେ। ଦକ୍ଷତା ଅଭାବ ଦୂର କରିବା ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଜିନ୍ଦଲ ଫାଉଣ୍ଡେଶନ ଏବଂ ଭାରତ ସରକାରଙ୍କ ମଧ୍ୟରେ ପ୍ରଭାବଶାଳୀ ସହଯୋଗକୁ ଶାଲୁ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ମନ୍ତ୍ରୀ ଚୌଧୁରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶାଲୁ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଅଧିବେଶନରେ ଦକ୍ଷତା ଅଭାବ ଦୂର କରିବା, ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ପାଇଁ ଡିଜାଇନ୍ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରାଯାଇଥିଲା। ସେହିପରି ୱିମେନ ଇନସ୍ପେରିଂ ନେଟୱର୍କ ଦ୍ୱାରା ଆୟୋଜିତ ଜେନେରେଶନାଲ ୱେଲ୍ଥ’ ଶୀର୍ଷକ ଏକ ସେଶନରେ ଯୋଗଦେଇ ସେ ଜିନ୍ଦଲ ଫାଉଣ୍ଡେଶନ ଦ୍ବାରା ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
The post ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ appeared first on Dharitri Odia News.