ସିବିଆଇ ସ୍କାନରରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ
ଭୁବନେଶ୍ୱର:୧୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ସ୍କାନରରେ। ଗତ ସପ୍ତାହରେ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ଲାଂଚ କାରବାର ମାମଲାରେ ସିବିଆଇ ଆଜି ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଛି। ଏହା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ […] The post ସିବିଆଇ ସ୍କାନରରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ appeared first on Odisha.News.

ଭୁବନେଶ୍ୱର:୧୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ସ୍କାନରରେ। ଗତ ସପ୍ତାହରେ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ଲାଂଚ କାରବାର ମାମଲାରେ ସିବିଆଇ ଆଜି ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଛି। ଏହା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସିବିଆଇ ଦର୍ଶାଇଛି। ସିବିଆଇ ଡିସିପି ଅଜିତ୍ କୁମାର ପାଣ୍ଡେ ଏନେଇ ରାଜ୍ୟ ସରକାରଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରିବା ସହ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କୁ ସିବିଆଇ ତା’ର ତଦନ୍ତ ପାଇଁ ଭୁବନେଶ୍ୱର ଅଫିସକୁ ଡାକିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତମାସ ୭ତାରିଖରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା। ଯେଉଁଥିରେ ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କୁ ଗିରଫ କରିବା ସହ ନୟାପଲ୍ଲୀସ୍ଥିତ ପେଂଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣା ଓ ତାଙ୍କ ପିତା ମନମୋହନ ମହାରଣାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଉକ୍ତ ସଂସ୍ଥା ସହ ଶ୍ରୀ ସେଠୀଙ୍କର ପରୋକ୍ଷରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ପାଇଁ ଏଭଳି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏହା ଏବେ ଶ୍ରୀ ସେଠୀଙ୍କ ଅଡ଼ୁଆ ବଢ଼ାଇଥିବା ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ଶ୍ରୀ ସେଠୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ।
The post ସିବିଆଇ ସ୍କାନରରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ appeared first on Odisha.News.