ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା
ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର କାର୍ଯ୍ୟକାରୀ ମୁଖ୍ୟ ମଙ୍ଗଳବାର ୮୦୦ ବିଲିୟନ ୟୁରୋ (୮୪୧ ବିଲିୟନ ଡଲାର)ର ଯୋଜନା ପ୍ରସ୍ତାବ ରଖିଛନ୍ତି। ଏହି ବିଶାଳ ‘ରିଆର୍ମ ୟୁରୋପ୍’ ପ୍ୟାକେଜ୍ ସମ୍ପର୍କରେ ୟୁରୋପୀୟ ୟୁନିୟନ (ଇୟୁ)ର ୨୭ ସଦସ୍ୟ ରାଷ୍ଟ୍ରଙ୍କୁ ଅବଗତ […] The post ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା appeared first on Dharitri Odia News.
ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର କାର୍ଯ୍ୟକାରୀ ମୁଖ୍ୟ ମଙ୍ଗଳବାର ୮୦୦ ବିଲିୟନ ୟୁରୋ (୮୪୧ ବିଲିୟନ ଡଲାର)ର ଯୋଜନା ପ୍ରସ୍ତାବ ରଖିଛନ୍ତି। ଏହି ବିଶାଳ ‘ରିଆର୍ମ ୟୁରୋପ୍’ ପ୍ୟାକେଜ୍ ସମ୍ପର୍କରେ ୟୁରୋପୀୟ ୟୁନିୟନ (ଇୟୁ)ର ୨୭ ସଦସ୍ୟ ରାଷ୍ଟ୍ରଙ୍କୁ ଅବଗତ କରାଯିବ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ କହିଛନ୍ତି। ଆମେରିକା ସହ ରାଜନୈତିକ ଅନିଶ୍ଚିତତା ବଢ଼ୁଥିବାବେଳେ ୨୭ ଇୟୁ ନେତାଙ୍କ ସହ ଏସମ୍ପର୍କରେ ଆଲୋଚନା ପାଇଁ ବ୍ରସେଲ୍ସରେ ଗୁରୁବାର ଜରୁରୀ ବୈଠକ ଡକାଯାଇଛି। ୟୁକ୍ରେନ୍କୁ ଆମେରିକା ସାମରିକ ସହାୟତା ବନ୍ଦ କରିବା ଲାଗି ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ନଷ୍ପତ୍ତି ନେବା ପୂର୍ବରୁ ଉର୍ସୁଲା ତାଙ୍କ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି। ୮୦୦ ବିଲୟନ ୟୁରୋ ଯୋଜନା ୟୁରୋପକୁ ସୁରକ୍ଷିତ ତଥା ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବ। ନାଟୋରେ ଆମେ ଆମ ସହଯୋଗୀମାନଙ୍କ ସହ ଏକାଠି କାର୍ଯ୍ୟ ଜାରି ରଖିବୁ ବୋଲି ଉର୍ସୁଲା କହିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍କୁ ତୁରନ୍ତ ମିଶାଇଲ୍ ଡିଫେନ୍ସ ସିଷ୍ଟମ୍, କମାଣ, କ୍ଷେପଣାସ୍ତ୍ର, ଡ୍ରୋନ୍ ଆଦି ସାମରିକ ଉପକରଣ ପଠାଇପାରିବେ। ସୁରକ୍ଷା ପ୍ରତି ବିପଦ ବଢ଼ୁଥିବାରୁ ଇୟୁ ଏବେ ବିପଦର ସମ୍ମୁଖୀନ ହୋଇଛି। ଏଥିସହ ଓ୍ବାଶିଂଟନ ୟୁକ୍ରେନ୍କୁ ସହାୟତା ବନ୍ଦ କରିବା ପରେ ଏହି ଦେଶକୁ ସହାୟତା ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେଥିପାଇଁ ୟୁରୋପୀୟ ସଂଘକୁ କଠୋର ପଦକ୍ଷେପ ନେବାକୁ ହେବ ବୋଲି ଉର୍ସୁଲା କହିଛନ୍ତି।
The post ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା appeared first on Dharitri Odia News.