ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ…
ଓ୍ବାଶିଂଟନ୍,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍ ଲାଗୁ କରିବ, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟାରିଫ୍ ଲାଗୁ କରିବୁ। ଏହି ସମୟରେ ଟ୍ରମ୍ପ ଦୁଇଥର ଭାରତର ନାମ ନେଇଥିଲେ। ସେ କହିଛନ୍ତି ଯେ ଆମେ ଭାରତ, ଚାଇନା, ମେକ୍ସିକୋ ଏବଂ କାନାଡା ସମେତ ଅନେକ ଦେଶ ଉପରେ ପାରସ୍ପରିକ ଟାରିଫ୍ ଲାଗୁ କରିବୁ। ଟ୍ରମ୍ପ କହିଛନ୍ତି […] The post ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ… appeared first on Dharitri Odia News.
ଓ୍ବାଶିଂଟନ୍,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍ ଲାଗୁ କରିବ, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟାରିଫ୍ ଲାଗୁ କରିବୁ। ଏହି ସମୟରେ ଟ୍ରମ୍ପ ଦୁଇଥର ଭାରତର ନାମ ନେଇଥିଲେ। ସେ କହିଛନ୍ତି ଯେ ଆମେ ଭାରତ, ଚାଇନା, ମେକ୍ସିକୋ ଏବଂ କାନାଡା ସମେତ ଅନେକ ଦେଶ ଉପରେ ପାରସ୍ପରିକ ଟାରିଫ୍ ଲାଗୁ କରିବୁ।
ଟ୍ରମ୍ପ କହିଛନ୍ତି ଯେ ଅନେକ ଦେଶ ଆମ ଉପରେ ଆମେ ଲାଗୁ କରୁଥିବା ଟାରିଫ୍ ଅପେକ୍ଷା ଅଧିକ ଟାରିଫ୍ ଲଗାନ୍ତି। ଭାରତ ଆମ ଉପରେ ୧୦୦ ପ୍ରତିଶତରୁ ଅଧିକ ଟାରିଫ୍ ଲାଗୁ କରୁଛି। ଚାଇନା ଦୁଇଗୁଣ ଟାରିଫ୍ ଲାଗୁ କରୁଛି ଏବଂ ଦକ୍ଷିଣ କୋରିଆ ଚାରିଗୁଣ ଟାରିଫ୍ ଲାଗୁ କରିଛି, ଯେତେବେଳେ ଆମେ ସେମାନଙ୍କୁ ବହୁତ ସାମରିକ ସହାୟତା ଯୋଗାଇ ଦେଉଛୁ। କିନ୍ତୁ ୨ ଏପ୍ରିଲରୁ, ଯେଉଁ ଦେଶ ଆମ ଉପରେ ଯେତିକି ଟାରିଫ୍ ଲାଗୁ କରିବେ ଆମେ ତାହା ୁପରେ ସେତିକି କରିବୁ।
ଏହି ସମୟରେ ଟ୍ରମ୍ପ ଏକ ମଜାଦାର ମନ୍ତବ୍ୟ ମଧ୍ୟ ଦେଇ କହିଛନ୍ତି, ମୁଁ ଏହାକୁ ୧ ଏପ୍ରିଲରୁ ଆରମ୍ଭ କରିବାକୁ ଚାହୁଁଥିଲି, କିନ୍ତୁ ବିଶ୍ୱ ଏହା ଭାବିବା ଉଚିତ୍ ନୁହେଁ ଯେ ମୁଁ ଏପ୍ରିଲ ଫୁଲ ଦିବସ ପାଳନ କରୁଛି। ତେଣୁ, ମୁଁ ଏପ୍ରିଲ ୨ରୁ ପାରସ୍ପରିକ ଟାରିଫ୍ ଲାଗୁ କରିବାକୁ ଯାଉଛି।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ମୋ ଉପରେ ବିଶ୍ୱାସ କରେ ଏବଂ ଏବେ କେହି ଆମେରିକାକୁ ରୋକିପାରିବେ ନାହିଁ। ସେ ବାଇଡେନଙ୍କୁ ଦେଶର ସବୁଠାରୁ ଖରାପ ରାଷ୍ଟ୍ରପତି ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବାଇଡେନ ପ୍ରଶାସନ ଅଧୀନରେ ଅର୍ଥନୈତିକ ବ୍ୟବସ୍ଥା ଖରାପ ହୋଇଥିଲା ଏବଂ ଆମେରିକାରେ ଅନୁପ୍ରବେଶକୁ ପ୍ରୋତ୍ସାହନ ମିଳିଥିଲା। ଆମେ ପ୍ରବାସୀମାନଙ୍କ ସମସ୍ୟାକୁ ନିୟନ୍ତ୍ରଣ କଲୁ।
The post ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ… appeared first on Dharitri Odia News.