ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ, ସୁରକ୍ଷା ପାଇଁ ପୋଲିସକୁ କଲେ ନିବେଦନ

ମୁମ୍ଵାଇ ୨୭।୦୮: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ତାଙ୍କ ଚଳଚ୍ଚିତ୍ର 'ଏର୍ମଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ୬ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ହେଲେ ବର୍ତ୍ତମାନ କଙ୍ଗନାଙ୍କ ପାଇଁ ନୂଆ ସମସ୍ୟା ଆସିଛି। ତାଙ୍କୁ ମୃତ୍ୟୁ ଧମକ ଦିଆଯିବା ପରେ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ସୁରକ୍ଷା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଏହି ସବୁ କଙ୍ଗନାଙ୍କ ଚଳଚ୍ଚିତ୍ର 'ଏର୍ମଜେନ୍ସି' ସହିତ ଜଡିତ। ଯେଉଁଥିପାଇଁ ଏକ ଶିଖ୍ ଗୋଷ୍ଠୀ ଭିଡିଓ ସେୟାର କରି କଙ୍ଗନାଙ୍କୁ ଚପଲ ସହିତ ମାରିବାକୁ ଧମକ ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ କଙ୍ଗନା ତାଙ୍କ ଅପକମିଂ ଫିଲ୍ମ ପାଇଁ ଧମକ ମିଳୁଛି। ଭାଇରାଲ ଭିଡିଓରେ ଶିଖ ସମ୍ପ୍ରଦାୟର କିଛି ଲୋକ ବସିଥିବାର ନଜର ଆସିଛନ୍ତି। ଭିଡିଓରେ ସେ କହୁଛନ୍ତି, 'ଯଦି ତୁମେ ଏହି ଫିଲ୍ମ ରିଲିଜ୍ କର, ସର୍ଦ୍ଦାର ତୁମକୁ ଚପଲରେ ମାରିବ। ପୂର୍ବରୁ ତୁମେ ତ ଚାପୁଡ଼ା ନି ଖାଇଛ। ମୋର ଦେଶ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ମୁଁ ଜଣେ ଗର୍ବିତ ଶିଖ ଏବଂ ଏହା ସହ ମୁଁ ମଧ୍ୟ ଜଣେ ଗର୍ବିତ ମରାଠୀ। ଏତିକି ନୁହେଁ ଯଦି ଫିଲ୍ମ ରିଲିଜ୍ ହୁଏ ତେବେ କେବ

ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ, ସୁରକ୍ଷା ପାଇଁ ପୋଲିସକୁ କଲେ ନିବେଦନ

ମୁମ୍ଵାଇ ୨୭।୦୮: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ତାଙ୍କ ଚଳଚ୍ଚିତ୍ର 'ଏର୍ମଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ୬ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ହେଲେ ବର୍ତ୍ତମାନ କଙ୍ଗନାଙ୍କ ପାଇଁ ନୂଆ ସମସ୍ୟା ଆସିଛି। ତାଙ୍କୁ ମୃତ୍ୟୁ ଧମକ ଦିଆଯିବା ପରେ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ସୁରକ୍ଷା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଏହି ସବୁ କଙ୍ଗନାଙ୍କ ଚଳଚ୍ଚିତ୍ର 'ଏର୍ମଜେନ୍ସି' ସହିତ ଜଡିତ। ଯେଉଁଥିପାଇଁ ଏକ ଶିଖ୍ ଗୋଷ୍ଠୀ ଭିଡିଓ ସେୟାର କରି କଙ୍ଗନାଙ୍କୁ ଚପଲ ସହିତ ମାରିବାକୁ ଧମକ ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ କଙ୍ଗନା ତାଙ୍କ ଅପକମିଂ ଫିଲ୍ମ ପାଇଁ ଧମକ ମିଳୁଛି। ଭାଇରାଲ ଭିଡିଓରେ ଶିଖ ସମ୍ପ୍ରଦାୟର କିଛି ଲୋକ ବସିଥିବାର ନଜର ଆସିଛନ୍ତି। ଭିଡିଓରେ ସେ କହୁଛନ୍ତି, 'ଯଦି ତୁମେ ଏହି ଫିଲ୍ମ ରିଲିଜ୍ କର, ସର୍ଦ୍ଦାର ତୁମକୁ ଚପଲରେ ମାରିବ। ପୂର୍ବରୁ ତୁମେ ତ ଚାପୁଡ଼ା ନି ଖାଇଛ। ମୋର ଦେଶ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ମୁଁ ଜଣେ ଗର୍ବିତ ଶିଖ ଏବଂ ଏହା ସହ ମୁଁ ମଧ୍ୟ ଜଣେ ଗର୍ବିତ ମରାଠୀ। ଏତିକି ନୁହେଁ ଯଦି ଫିଲ୍ମ ରିଲିଜ୍ ହୁଏ ତେବେ କେବଳ ଶିଖ୍ ନୁହଁନ୍ତି ମରାଠୀ, ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଲୋକମାନେ ମଧ୍ୟ ଚପଲରେ ପିଟିବେ। 

ଭିଡିଓରେ ଆହୁରି କୁହାଯାଇଛି ଯେ 'ଯେତେବେଳେ ଆମେ ମୁଣ୍ଡ କାଟିବାକୁ କହି ପାରୁଛେ, ସେତେବେଳେ ଆମେ ନିଜେ ମୁଣ୍ଡ କାଟି ପାରିବା।' ଆମକୁ ଡର ନାହିଁ। କଙ୍ଗନାଙ୍କୁ ଧମକ ଦେଉଥିବା ଏହି ଭିଡିଓ ରାହୁଲ ଚୌହାନ ନାମକ ଜଣେ ୟୁଜର୍ସ ଟ୍ୱିଟ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ' ଭିଡିଓରେ କ୍ୟାପସନ୍ ଦିଆଯାଇଛି, 'ଆମ ଦେଶରେ କ’ଣ ଘଟୁଛି? ଖୋଲାଖୋଲି ଭାବେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀଙ୍କୁ ଧମକ ଦିଆଯାଉଛି। ଇତିହାସରେ ଯାହା ଘଟିଛି, ତାହା କେବଳ ଫିଲ୍ମରେ ଦେଖାଯାଉଛି। ଆଇରନ୍ ଲେଡିଙ୍କ କାହାଣୀକୁ ପରଦାରେ ଆଣିବା ଭୁଲ୍ କି?

ଯେତେବେଳେ ଭିଡିଓ ଭାଇରାଲ ହୋଇଥିଲା, ଅଭିନେତ୍ରୀ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଭିଡିଓକୁ ସେୟାର୍ କରିବାବେଳେ ସେ ଲେଖିଛନ୍ତି, 'ଦୟାକରି ଏହାକୁ ଦେଖନ୍ତୁ। ଏହା ସହିତ ସେ ମହାରାଷ୍ଟ୍ରର ଡିଜିପି, ହିମାଚଳ ପ୍ରଦେଶ ପୋଲିସ ଏବଂ ପଞ୍ଜାବ ପୋଲିସ୍ ଇଣ୍ଡିଆକୁ ଟ୍ୟାଗ୍ କରିଛନ୍ତି।