କିଏ ସେ ପୂଜା ଖେଡକର?ମିଛ କହି ହୋଇଛନ୍ତି ଆଇଏଏସ୍ ଅଫିସର, ଅଡି କାର୍ରେ ନାଲି ବତୀ ଲଗାଇ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୧।୭: ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ ପୂଜା ଖେଡକର ପୁଣି ଥରେ ବିବାଦରେ ଫସିଛନ୍ତି। ସେ ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍ର ଆଇଏଏସ୍ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍ କରିବା ଲାଗି କଥିତ ଭାବେ ଜାଲ ଦିବ୍ୟାଙ୍ଗ ଏବଂ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ର ଜମା କରିଥିବା ଜଣାପଡ଼ିଛି। କହିରଖୁଛୁ, କିଛି ଦିନ ପୂର୍ବେ ପୂଜାଙ୍କ ଉପରେ ପଦର ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜର ବ୍ୟକ୍ତିଗତ ଅଡି […] The post କିଏ ସେ ପୂଜା ଖେଡକର?ମିଛ କହି ହୋଇଛନ୍ତି ଆଇଏଏସ୍ ଅଫିସର, ଅଡି କାର୍ରେ ନାଲି ବତୀ ଲଗାଇ ଚର୍ଚ୍ଚାରେ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୭: ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ ପୂଜା ଖେଡକର ପୁଣି ଥରେ ବିବାଦରେ ଫସିଛନ୍ତି। ସେ ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍ର ଆଇଏଏସ୍ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍ କରିବା ଲାଗି କଥିତ ଭାବେ ଜାଲ ଦିବ୍ୟାଙ୍ଗ ଏବଂ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ର ଜମା କରିଥିବା ଜଣାପଡ଼ିଛି।
କହିରଖୁଛୁ, କିଛି ଦିନ ପୂର୍ବେ ପୂଜାଙ୍କ ଉପରେ ପଦର ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜର ବ୍ୟକ୍ତିଗତ ଅଡି କାର୍ରେ ଲାଲ-ନୀଳ ବତି ଏବଂ ଭିଆଇପି ନମ୍ବର ପ୍ଲେଟ୍ ବ୍ୟବହାର କରୁଥିଲେ। ଅଭିଯୋଗ ଆସିବା ପରେ ତାଙ୍କୁ ପୁଣେ ଜିଲାର ଓ୍ବାସିମଙ୍କୁ ଟ୍ରାନ୍ସଫର କରିଦିଆଯାଇଥିଲା। ଏବେ ସେ ମିଛ ପ୍ରମାଣପତ୍ର ବ୍ୟବହାର କରିଥିଲେ।
ପୂଜା ଓବିସି ଏବଂ ଦୃଷ୍ଟିବାଧିତ ଶ୍ରେଣୀରେ ସିଭିଲ ସେବା ପରୀକ୍ଷା ଦେଇଥିଲେ। ଏବେ ମାନସିକ ରୋଗର ପ୍ରମାଣପତ୍ର ଜମା କରିଥିଲେ। ସେ ଓବିସି ଶ୍ରେଣୀରେ ପରୀକ୍ଷା ଦେଇଥିଲେ।
ପୂଜା ଏକ ପ୍ରଶାସନିକ ପରିବାରରୁ ଆସିଛନ୍ତି। ସେ ୟୁପିଏସ୍ସିରେ ୮୪୧ ର଼୍ୟାଙ୍କ ହାସଲ କରିଥିଲେ। ତାଙ୍କ ବାପା ଏମ୍ପିସିବି ଅଧିକାରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ପ୍ରଶାସନିକ ଅଧିକାରୀ ଥିଲେ। ମା’ ଅହମ୍ମଦନଗର ଜିଲାର ଭାଲଗାଁର ନିର୍ବାଚିତ ସରପଞ୍ଚ ଅଛନ୍ତି।
The post କିଏ ସେ ପୂଜା ଖେଡକର?ମିଛ କହି ହୋଇଛନ୍ତି ଆଇଏଏସ୍ ଅଫିସର, ଅଡି କାର୍ରେ ନାଲି ବତୀ ଲଗାଇ ଚର୍ଚ୍ଚାରେ… appeared first on Dharitri Odia News.