ବିଏମ୍ଡବ୍ଲୁ କାର୍ ବୋନେଟ୍ରେ ଯୁବକଙ୍କୁ ବସାଇ ଗାଡ଼ି ଚଳାଉଥିଲେ ନାବାଳକ: ବାପାଙ୍କ ସମେତ ୨ ଗିରଫ
ନୂଆଦିଲ୍ଲୀ: ପୁଣେର ପୋର୍ଶ କାର୍ ଦୁର୍ଘଟଣା ମାମଲା ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ମୁମ୍ବାଇର ପୁଣି ଏକ ବେପରୁଆ ଗାଡ଼ି ଚାଳନାର ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟ ନାବାଳକ ବିଏମ୍ଡବ୍ଲୁ କାର୍ ବୋନେଟ୍ ଉପରେ ଜଣେ ବ୍ୟକ୍ତିଙ୍କୁ ବସାଇ ବେପରୁଆ ଭାବେ କାର୍ ଚଳାଉଛନ୍ତି। ଘଟଣାରେ ପୁଲିସ ନାବାଳକର ବାପାଙ୍କ ସମେତ କାର୍ ବୋନେଟ୍ ଉପରେ ବସିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ସୋମବାର ଏହି ଘଟଣା ଘଟିଥିବା ମୁମ୍ବାଇ ପୁଲିସ ସୂଚନା ଦେଇଛି।ଭାଇରାଲ୍ ହୋଇଥିବା ଭିଡିଓରେ ଶୁଭମ ମତାଲିଆ(୨୧) ନାମକ ଜଣେ ଯୁବକ ବିଏମ୍ଡବ୍ଲୁ କାର୍ ବୋନେଟ୍ରେ ଗୋଡ଼ ଲମ୍ବାଇ ବସିଛନ୍ତି। ଆଉ ନାବାଳକ ଜଣଙ୍କ କାର୍ ଚଳାଉଛନ୍ତି। ମୁମ୍ବାଇ କଲ୍ୟାଣ ଏରିଆରେ ଥିବା ବ୍ୟସ୍ତବହୁଳ ରାସ୍ତା ଶିବାଜୀ ଚୌକରେ ଏଭଳି ଘଟଣା ଘଟିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହାର ଭିଡିଓ ରେକର୍ଡ କରିବା ସହ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରି ଚିନ୍ତା ପ୍ରକଟ କରିଥିଲେ। ମାମଲାରେ କଲ୍ୟାଣ ପୁଲିସ ନାବାଳକର ବାପାଙ୍କ ସମେତ ବୋନେଟ୍ରେ ବସିଥିବା ଶୁଭମକୁ ଗିରଫ କରି ତଦନ୍ତ ଚଳାଇଛି। କାର୍ଟି ନାବାଳକର ବାପାଙ୍କ ନାଁରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।
ନୂଆଦିଲ୍ଲୀ: ପୁଣେର ପୋର୍ଶ କାର୍ ଦୁର୍ଘଟଣା ମାମଲା ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ମୁମ୍ବାଇର ପୁଣି ଏକ ବେପରୁଆ ଗାଡ଼ି ଚାଳନାର ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟ ନାବାଳକ ବିଏମ୍ଡବ୍ଲୁ କାର୍ ବୋନେଟ୍ ଉପରେ ଜଣେ ବ୍ୟକ୍ତିଙ୍କୁ ବସାଇ ବେପରୁଆ ଭାବେ କାର୍ ଚଳାଉଛନ୍ତି। ଘଟଣାରେ ପୁଲିସ ନାବାଳକର ବାପାଙ୍କ ସମେତ କାର୍ ବୋନେଟ୍ ଉପରେ ବସିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ସୋମବାର ଏହି ଘଟଣା ଘଟିଥିବା ମୁମ୍ବାଇ ପୁଲିସ ସୂଚନା ଦେଇଛି।
ଭାଇରାଲ୍ ହୋଇଥିବା ଭିଡିଓରେ ଶୁଭମ ମତାଲିଆ(୨୧) ନାମକ ଜଣେ ଯୁବକ ବିଏମ୍ଡବ୍ଲୁ କାର୍ ବୋନେଟ୍ରେ ଗୋଡ଼ ଲମ୍ବାଇ ବସିଛନ୍ତି। ଆଉ ନାବାଳକ ଜଣଙ୍କ କାର୍ ଚଳାଉଛନ୍ତି। ମୁମ୍ବାଇ କଲ୍ୟାଣ ଏରିଆରେ ଥିବା ବ୍ୟସ୍ତବହୁଳ ରାସ୍ତା ଶିବାଜୀ ଚୌକରେ ଏଭଳି ଘଟଣା ଘଟିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହାର ଭିଡିଓ ରେକର୍ଡ କରିବା ସହ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରି ଚିନ୍ତା ପ୍ରକଟ କରିଥିଲେ। ମାମଲାରେ କଲ୍ୟାଣ ପୁଲିସ ନାବାଳକର ବାପାଙ୍କ ସମେତ ବୋନେଟ୍ରେ ବସିଥିବା ଶୁଭମକୁ ଗିରଫ କରି ତଦନ୍ତ ଚଳାଇଛି। କାର୍ଟି ନାବାଳକର ବାପାଙ୍କ ନାଁରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।