ଇରାନରେ ଆତଙ୍କବାଦୀ ହମ୍ଲା; ୨୭ଜଣ ମୃତ, ଜୈଶ-ଅଲ-ଅଦଲର ଆକ୍ରମଣ ଦାବି
ତେହରାନ, ୦୫/୪: ଇରାନର ଚାବହାର ଏବଂ ରସ୍କ ସହରରେ ଆତ୍ମଘାତୀ ଆକ୍ରମଣ । ବୁଧବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ସୁରକ୍ଷାକର୍ମୀ ଏବଂ ୧୬ଜଣ ସାଧାରଣ ନାଗରିକ ରହିଛନ୍ତି । ଏହି ଆକ୍ରମଣ ଜୈଶ୍-ଅଲ୍-ଅଦଲ ସଙ୍ଗଠନର କରିଥିବା ନେଇ ଦାବି କରିଛି । ଆତଙ୍କୀମାନେ ଚାବହାରରେ ଥିବା ସୀମା ସୁରକ୍ଷାବଳର ମୁଖ୍ୟାଳୟକୁ କବ୍ଜା କରିବାକୁ ଚାହୁଁଥିଲେ ବୋଲି ଇରାନର ଡେପୁଟି ଗୃହମନ୍ତ୍ରୀ ମାଜିଦ ମିରାହମାଦି କହିଛନ୍ତି । ତେବେ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିନାହିଁ । ଇରାନର ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ୍ ୧୫ ଆତଙ୍କବାଦୀଙ୍କୁ ନିହତ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଇରାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ନିନ୍ଦା କରିଛି । ପାକିସ୍ତାନ, ଆଫଗାନିସ୍ତାନ ସହ ଲାଗିଥିବା ଇରାନ ସୀମାରେ ଅଧିକାଂଶ ସମୟରେ ଆତଙ୍କବାଦୀ ଆକ୍ରମଣ ଲାଗିରହିଛି । ଅନେକ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହେଉଛନ୍ତି । ଗତବର୍ଷ ଡିସେମ୍ବରରେ ଆତଙ୍କବାଦୀ ଏକ ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ କରିବା ଯୋଗୁ ଇରାନର ୧୧ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ୧୬ରେ ପାକିସ୍ତାନର ବଲୁଚିସ୍ତାନରେ ଥିବା ଜୈଶ-ଅଲ୍-ଅଦଲ ଆତଙ୍କବାଦୀ ସଙ୍ଗଠନର ଦୁଇଟି ଠିକଣାରେ ଇରାନ ମିସାଇଲ ଯୋଗେ ଆକ୍ରମଣ
ତେହରାନ, ୦୫/୪: ଇରାନର ଚାବହାର ଏବଂ ରସ୍କ ସହରରେ ଆତ୍ମଘାତୀ ଆକ୍ରମଣ । ବୁଧବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ସୁରକ୍ଷାକର୍ମୀ ଏବଂ ୧୬ଜଣ ସାଧାରଣ ନାଗରିକ ରହିଛନ୍ତି । ଏହି ଆକ୍ରମଣ ଜୈଶ୍-ଅଲ୍-ଅଦଲ ସଙ୍ଗଠନର କରିଥିବା ନେଇ ଦାବି କରିଛି ।
ଆତଙ୍କୀମାନେ ଚାବହାରରେ ଥିବା ସୀମା ସୁରକ୍ଷାବଳର ମୁଖ୍ୟାଳୟକୁ କବ୍ଜା କରିବାକୁ ଚାହୁଁଥିଲେ ବୋଲି ଇରାନର ଡେପୁଟି ଗୃହମନ୍ତ୍ରୀ ମାଜିଦ ମିରାହମାଦି କହିଛନ୍ତି । ତେବେ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିନାହିଁ । ଇରାନର ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ୍ ୧୫ ଆତଙ୍କବାଦୀଙ୍କୁ ନିହତ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଇରାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ନିନ୍ଦା କରିଛି ।
ପାକିସ୍ତାନ, ଆଫଗାନିସ୍ତାନ ସହ ଲାଗିଥିବା ଇରାନ ସୀମାରେ ଅଧିକାଂଶ ସମୟରେ ଆତଙ୍କବାଦୀ ଆକ୍ରମଣ ଲାଗିରହିଛି । ଅନେକ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହେଉଛନ୍ତି । ଗତବର୍ଷ ଡିସେମ୍ବରରେ ଆତଙ୍କବାଦୀ ଏକ ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ କରିବା ଯୋଗୁ ଇରାନର ୧୧ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ୧୬ରେ ପାକିସ୍ତାନର ବଲୁଚିସ୍ତାନରେ ଥିବା ଜୈଶ-ଅଲ୍-ଅଦଲ ଆତଙ୍କବାଦୀ ସଙ୍ଗଠନର ଦୁଇଟି ଠିକଣାରେ ଇରାନ ମିସାଇଲ ଯୋଗେ ଆକ୍ରମଣ କରିଥିଲା ।