ମମତା ବାନାର୍ଜୀଙ୍କ ବିରୋଧରେ ଅସୌଜନ୍ୟ ମନ୍ତବ୍ୟ ଦେଇ ବିବାଦରେ ବିଜେପି ନେତା ଦିଲ୍ଲୀପ ଘୋଷ
କୋଲକାତା: ଅସୌଜନ୍ୟ କଥା କହି ପୂର୍ବରୁ ଅନେକ ଥର ବିବାଦ ଘରେକୁ ଆସିଥିବା ବିଜେପିର ପଶ୍ଚିମବଙ୍ଗ ଅମାନିଆ ତୁଣ୍ଡ ଦିଲ୍ଲୀପ ଘୋଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀପ। ମେଦିନପୁର ବିଜେପି ସାଂସଦ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଛନ୍ତି। ମମତା ବାନାର୍ଜୀ କହିଥିଲେ ଯେ ସେ ତ୍ରିପୁରା ଓ ଗୋଆର ଝିଅ। ସେଇ କଥାକୁ ନେଇ ଦିଲ୍ଲୀପ ବିବାଦୀୟ ବୟାନ ଦେଇଛନ୍ତି। ମେଦିନିପୁର ସାଂସଦ ଥିବା ଦିଲ୍ଲୀପ ଘୋଷଙ୍କୁ ଏଥର ଦଳ ଦୁର୍ଗାପୁରରୁ ପ୍ରାର୍ଥୀ କରିଛି। ଦୁର୍ଗାପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଦିଲ୍ଲୀପ ଘୋଷ ଅସୌଜନ୍ୟ କଥା କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳଏ ମମତା ଗୋଆ ଯାଉଛନ୍ତି ସେତେବେଳେ ସେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି। ଯେତେବେଳେ ସେ ତ୍ରିପୁରା ଯାଉଛନ୍ତି ସେତେବେଳେ ସେ ନିଜକୁ ତ୍ରିପୁରାର ଝିଅ ବୋଲି କହିଛନ୍ତି। ଏହାପରେ ସେ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଅନ୍ତତଃପକ୍ଷେ ମମତା ନିଜର ବାପା କିଏ ସେଇଟା ସ୍ଥିର କରନ୍ତୁ। ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତ୍ରୀ ସୁଶ୍ମିତା ଦେବ ଦିଲ୍ଲୀପ ଘୋଷଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ହାତାଶ ହୋଇଯାଇଛି। ମମତାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଦିଲ୍ଲୀପ ଭାରତୀୟ ପରମ୍ପରାକୁ ବିରୋଧ
କୋଲକାତା: ଅସୌଜନ୍ୟ କଥା କହି ପୂର୍ବରୁ ଅନେକ ଥର ବିବାଦ ଘରେକୁ ଆସିଥିବା ବିଜେପିର ପଶ୍ଚିମବଙ୍ଗ ଅମାନିଆ ତୁଣ୍ଡ ଦିଲ୍ଲୀପ ଘୋଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀପ। ମେଦିନପୁର ବିଜେପି ସାଂସଦ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଛନ୍ତି।
ମମତା ବାନାର୍ଜୀ କହିଥିଲେ ଯେ ସେ ତ୍ରିପୁରା ଓ ଗୋଆର ଝିଅ। ସେଇ କଥାକୁ ନେଇ ଦିଲ୍ଲୀପ ବିବାଦୀୟ ବୟାନ ଦେଇଛନ୍ତି। ମେଦିନିପୁର ସାଂସଦ ଥିବା ଦିଲ୍ଲୀପ ଘୋଷଙ୍କୁ ଏଥର ଦଳ ଦୁର୍ଗାପୁରରୁ ପ୍ରାର୍ଥୀ କରିଛି। ଦୁର୍ଗାପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଦିଲ୍ଲୀପ ଘୋଷ ଅସୌଜନ୍ୟ କଥା କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳଏ ମମତା ଗୋଆ ଯାଉଛନ୍ତି ସେତେବେଳେ ସେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି। ଯେତେବେଳେ ସେ ତ୍ରିପୁରା ଯାଉଛନ୍ତି ସେତେବେଳେ ସେ ନିଜକୁ ତ୍ରିପୁରାର ଝିଅ ବୋଲି କହିଛନ୍ତି। ଏହାପରେ ସେ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଅନ୍ତତଃପକ୍ଷେ ମମତା ନିଜର ବାପା କିଏ ସେଇଟା ସ୍ଥିର କରନ୍ତୁ।
ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତ୍ରୀ ସୁଶ୍ମିତା ଦେବ ଦିଲ୍ଲୀପ ଘୋଷଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ହାତାଶ ହୋଇଯାଇଛି। ମମତାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଦିଲ୍ଲୀପ ଭାରତୀୟ ପରମ୍ପରାକୁ ବିରୋଧ କରିଛନ୍ତି ବୋଲି ସୁଶ୍ମିତା କହିଛନ୍ତି। ବିଜେପି ବର୍ତ୍ତମାନ ଦେଶରେ ଥିବା ଜଣେମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଅପମାନ କରିଛି। ଘୋଷଙ୍କର ବୟାନରୁ ଆର୍ଏସ୍ଏସ୍ ଆଭାସ ମିଳୁଛି ବୋଲି ସୁଶ୍ମିତା କହିଛନ୍ତି।