ବ୍ଲାକମେଲର୍ସଙ୍କ ଶିକାର ହେଲେ ୧୪ବର୍ଷର ଝିଅ, ବର୍ଷେ ଭିତରେ ୨.୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି ଦୃର୍ବୁତ୍ତ

ନୂଆଦିଲ୍ଲୀ 07/ 02 :  ଆଗ୍ରାର ଏକ ଘଟଣା ମନକୁ ଆନ୍ଦୋଳିତ କରି ଦେଇଛି। ଜଣେ  ୧୪ ବର୍ଷୀୟା ଝିଅ ଯିଏକି ୮ଶ୍ରେଣୀରେ ପଢ଼ୁଛନ୍ତି। ସେ ପ୍ରାୟ ବର୍ଷେ ଧରି ବ୍ଲାକ୍ ମେଲିଂର ଶିକାର ହୋଇ ଆସୁଛନ୍ତି।  ତାଙ୍କୁ ପ୍ରାୟ ଏକ ବର୍ଷ ଧରି ଦୁଇ ଜଣ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଫଟୋ ଏବଂ ଅଡିଓ ରେକର୍ଡିଂ ବ୍ୟବହାର କରି ତାଙ୍କ ଟାରୁ ୨.୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି।  ଅଭିଯୁକ୍ତ, ଉଭୟ ଆଗ୍ରା ଜିଲ୍ଲାର ବାସିନ୍ଦା ଏବଂ ୧୮ ରୁ ୨୦ବର୍ଷ ବୟସ ମଧ୍ୟରେ।  ଯଦି ଝିଅଟି ସେମାନଙ୍କ ଦାବି ପାଳନ ନ କରନ୍ତି ତେବେ ଫଟୋ ଏବଂ ରେକର୍ଡିଂଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦେଉଥିଲେ। ଝିଅଟିର ବାପା କହିଛନ୍ତି ଯେ ଗତ ଆଠ ମାସ ମଧ୍ୟରେ ମୋ ଝିଅର  ଆଚରଣରେ "ଦୃଢ଼ ପରିବର୍ତ୍ତନ" ଦେଖିବାକୁ ମିଳିଥିଲା।  ମାନସିକ ଯନ୍ତ୍ରଣା ଯୋଗୁଁ ସେ ଚିନ୍ତାରେ ରହୁଥିଲା। ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବାକୁ ସେ ପସନ୍ଦ କରୁ ନଥିଲା।  ପାଠପଢ଼ାରେ ଧ୍ୟାନ ଦେଇପାରୁ ନଥିବାରୁ ସେ ପାଠପଢା ବନ୍ଦ କରିଦେଇଥିଲେ। "  କିଛିଦିନପରେ ମୁଁ ଦେଖିବାକୁ ପାଇଲି ଯେ,  ଘରୁ ଟଙ୍କା ଗାଏବ ହୋଇଯାଉଛି। ପଚରାବା ପରେ, ମୋ ଝିଅ ଚାପରେ ଟଙ୍କା ଚୋରି କରିଥିବା ସ୍ୱୀକାର କରିଥିଲା।  ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଝିଅଟିର  ପରିଚିତ ଥିଲେ।  ଯିଏ ପରେ ଏହି କାମରେ ତାଙ୍କ ବନ୍ଧୁଙ୍କୁ ସାମିଲ କରିଥିଲା।  ଫେବୃଆରୀ ୧ ତାରିଖରେ ମାମଲା ଆହୁରି ଜଟିଳ ଆଡ଼କୁ ଯାଇଥିଲା। ଯେ

ବ୍ଲାକମେଲର୍ସଙ୍କ ଶିକାର ହେଲେ ୧୪ବର୍ଷର ଝିଅ,  ବର୍ଷେ ଭିତରେ  ୨.୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି ଦୃର୍ବୁତ୍ତ

ନୂଆଦିଲ୍ଲୀ 07/ 02 :  ଆଗ୍ରାର ଏକ ଘଟଣା ମନକୁ ଆନ୍ଦୋଳିତ କରି ଦେଇଛି। ଜଣେ  ୧୪ ବର୍ଷୀୟା ଝିଅ ଯିଏକି ୮ଶ୍ରେଣୀରେ ପଢ଼ୁଛନ୍ତି। ସେ ପ୍ରାୟ ବର୍ଷେ ଧରି ବ୍ଲାକ୍ ମେଲିଂର ଶିକାର ହୋଇ ଆସୁଛନ୍ତି।  ତାଙ୍କୁ ପ୍ରାୟ ଏକ ବର୍ଷ ଧରି ଦୁଇ ଜଣ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଫଟୋ ଏବଂ ଅଡିଓ ରେକର୍ଡିଂ ବ୍ୟବହାର କରି ତାଙ୍କ ଟାରୁ ୨.୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି।  ଅଭିଯୁକ୍ତ, ଉଭୟ ଆଗ୍ରା ଜିଲ୍ଲାର ବାସିନ୍ଦା ଏବଂ ୧୮ ରୁ ୨୦ବର୍ଷ ବୟସ ମଧ୍ୟରେ।  ଯଦି ଝିଅଟି ସେମାନଙ୍କ ଦାବି ପାଳନ ନ କରନ୍ତି ତେବେ ଫଟୋ ଏବଂ ରେକର୍ଡିଂଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦେଉଥିଲେ।

 ଝିଅଟିର ବାପା କହିଛନ୍ତି ଯେ ଗତ ଆଠ ମାସ ମଧ୍ୟରେ ମୋ ଝିଅର  ଆଚରଣରେ "ଦୃଢ଼ ପରିବର୍ତ୍ତନ" ଦେଖିବାକୁ ମିଳିଥିଲା।  ମାନସିକ ଯନ୍ତ୍ରଣା ଯୋଗୁଁ ସେ ଚିନ୍ତାରେ ରହୁଥିଲା। ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବାକୁ ସେ ପସନ୍ଦ କରୁ ନଥିଲା।  ପାଠପଢ଼ାରେ ଧ୍ୟାନ ଦେଇପାରୁ ନଥିବାରୁ ସେ ପାଠପଢା ବନ୍ଦ କରିଦେଇଥିଲେ। "  କିଛିଦିନପରେ ମୁଁ ଦେଖିବାକୁ ପାଇଲି ଯେ,  ଘରୁ ଟଙ୍କା ଗାଏବ ହୋଇଯାଉଛି। ପଚରାବା ପରେ, ମୋ ଝିଅ ଚାପରେ ଟଙ୍କା ଚୋରି କରିଥିବା ସ୍ୱୀକାର କରିଥିଲା।  

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଝିଅଟିର  ପରିଚିତ ଥିଲେ।  ଯିଏ ପରେ ଏହି କାମରେ ତାଙ୍କ ବନ୍ଧୁଙ୍କୁ ସାମିଲ କରିଥିଲା।  ଫେବୃଆରୀ ୧ ତାରିଖରେ ମାମଲା ଆହୁରି ଜଟିଳ ଆଡ଼କୁ ଯାଇଥିଲା। ଯେତେବେଳେ ଅଭିଯୁକ୍ତଙ୍କ ଭାଇ ଝିଅଟିର ଘରକୁ ଯାଇ ପରିବାରକୁ ଧମକ ଦେଇଥିଲେ ।  ଏଥିରେ ଚିନ୍ତିତ ହୋଇ ପରିବାର ପୋଲିସ ସହିତ ଯୋଗାଯୋଗ କରି, ଏତଲା ଦେଇଥିଲେ। 

 ମାମଲା ରୁଜୁ ହୋଇଥିବା ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି, "ଅଭିଯୋଗ ଆଧାରରେ, ଅଭିଯୁକ୍ତ ହର୍ଷ ଠାକୁର ଏବଂ ସନି ଜାଟଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି। ଖୁବଶୀଘ୍ର ସେମାନେ ଗିରଫ ହେବେ। "

 ଘଟଣା ପରେ, ଆଗ୍ରାର ସହାୟକ ପୋଲିସ କମିଶନର ସୁକନ୍ୟା ଶର୍ମା ଯୁବତୀମାନଙ୍କ ପାଇଁ ସଚେତନତା ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। 

Also Read- 

ଫେବ୍ରୁଆରୀ ୧୨-୧୩ରେ ଆମେରିକା ଗସ୍ତ କରିବେ ପିଏମ୍ ମୋଦୀ, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କରିବେ ଦ୍ୱିପାକ୍ଷିକ ବାର୍ତ୍ତା