ପର୍ବପର୍ବାଣୀ ପାଇଁ ସ୍ଥଗିତ ରହିଲା ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ରଖିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଥିବା ଯୋଗୁ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ତେବେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ।ତେବେ ୟୁଜିସି ନେଟ୍ ପରୀକ୍ଷା କେବେ ବେବ ସେ ନେଇ ନୂଆ ତାରିଖ ଖୁବ୍‌ଶୀଘ୍ର ସରକାରୀ ୱେବସାଇଟ୍ ugcnet.nta.ac.in ରେ ପ୍ରକାଶ ପାଇବ। ତେବେ ପରୀକ୍ଷାର୍ଥୀମାନେ ନିଜର ପ୍ରସ୍ତୁତି ଜାରି ରଖନ୍ତୁ ଏବଂ ନିୟମିତ ଭାବରେ ୱେବସାଇଟ୍ ଯାଞ୍ଚ କରନ୍ତୁ ବୋଲି ଏନଟିଏ ପରାମର୍ଶ ଦେଇଛି। ଏନ୍‌ଟିଏ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି “ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଯୋଗୁ ୧୫ ଜାନୁଆରୀ ୨୦୨୫ରେ ହେବାକୁ ଥିବା UGC NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନୂଆ ତାରିଖ ସଠିକ ସମୟରେ ଜଣାଇ ଦିଆଯିବ।“ ତେବେ UGC NET ଆଡମିଟ୍ କାର୍ଡ ପୂର୍ବରୁ ଜାରି ହୋଇସାରିଛି। ପରୀକ୍ଷାର୍ଥୀମାନେ ଜାନୁଆରୀ ୧୬ ତାରିଖରେ ପରୀକ୍ଷା ପାଇଁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ପର୍ବପର୍ବାଣୀ ପାଇଁ ସ୍ଥଗିତ ରହିଲା ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ରଖିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଥିବା ଯୋଗୁ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ତେବେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ।

ତେବେ ୟୁଜିସି ନେଟ୍ ପରୀକ୍ଷା କେବେ ବେବ ସେ ନେଇ ନୂଆ ତାରିଖ ଖୁବ୍‌ଶୀଘ୍ର ସରକାରୀ ୱେବସାଇଟ୍ ugcnet.nta.ac.in ରେ ପ୍ରକାଶ ପାଇବ। ତେବେ ପରୀକ୍ଷାର୍ଥୀମାନେ ନିଜର ପ୍ରସ୍ତୁତି ଜାରି ରଖନ୍ତୁ ଏବଂ ନିୟମିତ ଭାବରେ ୱେବସାଇଟ୍ ଯାଞ୍ଚ କରନ୍ତୁ ବୋଲି ଏନଟିଏ ପରାମର୍ଶ ଦେଇଛି। 

ଏନ୍‌ଟିଏ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି “ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଯୋଗୁ ୧୫ ଜାନୁଆରୀ ୨୦୨୫ରେ ହେବାକୁ ଥିବା UGC NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନୂଆ ତାରିଖ ସଠିକ ସମୟରେ ଜଣାଇ ଦିଆଯିବ।“ 

ତେବେ UGC NET ଆଡମିଟ୍ କାର୍ଡ ପୂର୍ବରୁ ଜାରି ହୋଇସାରିଛି। ପରୀକ୍ଷାର୍ଥୀମାନେ ଜାନୁଆରୀ ୧୬ ତାରିଖରେ ପରୀକ୍ଷା ପାଇଁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।