ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ…

ନୂଆଦିଲ୍ଲୀ,୯।୮: ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି ନଜର ଆସିଛନ୍ତି। ଚା’ ପିଇବା ସହ ଦୁହେଁ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୟୁକ୍ରେନର ପରିସ୍ଥିତି ବିଷୟରେ ପଚାରି […] The post ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ… appeared first on Dharitri Odia News.

ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ…

ନୂଆଦିଲ୍ଲୀ,୯।୮: ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି ନଜର ଆସିଛନ୍ତି। ଚା’ ପିଇବା ସହ ଦୁହେଁ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୟୁକ୍ରେନର ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଯାହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଲୋକ ସଭାର ପ୍ରକ୍ରିୟା ଶୁକ୍ରବାର ଅନିର୍ଦ୍ଧିିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ଅର୍ଥାତ ଗୃହର ବର୍ତ୍ତମାନର ବଜେଟ ଅଧିବେଶନ ଶେଷ ହୋଇଛି। ଗତ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରକ୍ରିୟା ଅଗଷ୍ଟ ୧୨ପର୍ଯ୍ୟନ୍ତ ଜାରି ରହଥା’ନ୍ତା। କିନ୍ତୁ, ଏହା ଶୁକ୍ରବାର ଦିନ ଶେଷ ହୋଇଛି।

The post ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ… appeared first on Dharitri Odia News.