ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଭୁବନେଶ୍ବର ଏୟାରପୋର୍ଟ ପାଖରେ ଥିବା ଡମ୍ପିଂୟାର୍ଡରେ କିଛି କର୍ମଚାରୀ କଲରାପତରିଆ ବାଘ ଭଳି ଏକ ଜନ୍ତୁ ବୁଲୁଥିବା ଦେଖିଥିଲେ। ଏନେଇ ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବାଘ ବୋଲି କୁହାଯାଉଥିବା ଜନ୍ତୁଟିକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ବନ ବିଭାଗ।