ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍କା! ଖେଳି ନ ପାରନ୍ତି…
ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ବାକି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ସମସ୍ତ ଟିମ୍ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଏହି ସିଜନରେ ଋଷଭ ପନ୍ତଙ୍କ ଖେଳିବା କଷ୍ଟକର ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପନ୍ତଙ୍କୁ ଜାତୀୟ କ୍ରିକେଟ ଏକାଡେମୀ(ଏନ୍ସିଏ) ପକ୍ଷରୁ ଏଯାବତ ଫିଟନେସ୍ ପାସ୍ […] The post ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍କା! ଖେଳି ନ ପାରନ୍ତି… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ବାକି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ସମସ୍ତ ଟିମ୍ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଏହି ସିଜନରେ ଋଷଭ ପନ୍ତଙ୍କ ଖେଳିବା କଷ୍ଟକର ବୋଲି କୁହାଯାଉଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପନ୍ତଙ୍କୁ ଜାତୀୟ କ୍ରିକେଟ ଏକାଡେମୀ(ଏନ୍ସିଏ) ପକ୍ଷରୁ ଏଯାବତ ଫିଟନେସ୍ ପାସ୍ ସାର୍ଟିଫିକେଟ ମିଳିନାହିଁ। ଏମିତିରେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଯଦି ସେ ଫିଟ୍ ଘୋଷିତ ନ ହୁଅନ୍ତି ତେବେ ଏବର୍ଷ ମଧ୍ୟ ଖେଳିପାରିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ପକ୍ଷରୁ ବୋର୍ଡକୁ ଏନେଇ ରିପୋର୍ଟ ମଗାଯାଇଥିଲା। ହେଲେ ତାଙ୍କୁ ଏଯାବତ କୌଣସି ଜବାବ ମିଳିନାହିଁ।
କହିରଖୁଛୁ, ୨୦୨୨ ଡିସେମ୍ବର ୩୦ରେ ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ଘଟିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ଲିଗାମେଣ୍ଟ ସର୍ଜରୀ କରାଯାଇଥିଲା। ଏହି କାରଣରୁ ଦୀର୍ଘଦିନ ଧରି ସେ କ୍ରିକେଟରୁ ଦୂରରେ ଅଛନ୍ତି। ଆଇପିଏଲ୍ ୨୦୨୪ରେ ସେ ଖେଳିପାରନ୍ତି ବୋଲି ଆଶା ଥିଲା। ହେଲେ ତାହା ବି ଏକପ୍ରକାର ଅସମ୍ଭବ ମନେ ହେଉଛି।
The post ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍କା! ଖେଳି ନ ପାରନ୍ତି… appeared first on Dharitri Odia News.