୩୧ ବର୍ଷ ପରେ ବି କଳଙ୍କ ପୋଛି ପାରିଲା ନାହିଁ ନ୍ୟୁଜିଲାଣ୍ଡ, ଏଥର ବି ସ୍ଵପ୍ନ ଭାଙ୍ଗିଦେଲା କଙ୍ଗାରୁ ଟିମ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳ ପୁଣି ଥରେ ନ୍ୟୁଜିଲାଣ୍ଡର ସ୍ଵପ୍ନକୁ ଭାଙ୍ଗି ଚୂରମାର କରି ଦେଇଛି। କିଓ୍ଵି ଦଳ ମଥାରେ ଏମିତି କଳଙ୍କ ଲାଗିଛି ଯାହାକୁ ଦଳ ୩୧ ବର୍ଷ ହେଲା ପୋଛି ପାରିନି। ସାଧାରଣ ଘରୋଇ ମାଟିରେ ପ୍ରତ୍ୟେକ ଦଳ ବିପକ୍ଷଙ୍କୁ ହରାଇଥାନ୍ତି। ମାତ୍ର ନ୍ୟୁଜିଲାଣ୍ଡ କ୍ଷେତ୍ରରେ ଓଲଟା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଦଳ ଘରୋଇ ମାଟିରେ ଗତ ତିନି ଦଶନ୍ଧି ହେବ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ହେଲେ ଟେଷ୍ଟ ଜିତି ପାରିନାହିଁ। ଏହା ଦଳ ପାଇଁ ଲଜ୍ଜାକର ହୋଇ ରହିଛି।ସମସ୍ତେ ଜାଣିଥିବେ ନିଜ ଘରେ ସବୁ ଦଳ ସିଂହ ହୋଇଥାନ୍ତି। ମାତ୍ର ନ୍ୟୁଜିଲାଣ୍ଡ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମେଣ୍ଢା ପାଲଟି ଯାଉଛି। ୧୯୯୩ରୁ ୨୦୨୪ ପର୍ଯ୍ୟନ୍ତ କିଓ୍ଵି ଦଳ ନିଜ ମାଟିରେ ଥରୁଟିଏ ବି ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ। କିନ୍ତୁ ଅନ୍ୟ ଦଳ ବିପକ୍ଷରେ ଦଳର ରେକର୍ଡ ଦମଦାର ରହିଛି। କିନ୍ତୁ କଙ୍ଗାରୁ ଦଳ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳର ପ୍ରଦର୍ଶନ ଶୋଚନୀୟ ରହିଛି। ଏଥର ବି ଦଳ ସିରିଜରେ ୨-୦ରେ ପରାସ୍ତ ହୋଇଛି।କେବଳ ଏତିକି ନୁହେଁ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡରେ ଖେଳିଥିବା ଗତ ୧୦ଟି ଟେଷ୍ଟରୁ ୯ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ଏଥିରୁ ଅନୁମାନ କରି ପାରୁଥିବା ନ୍ୟୁଜିଲାଣ୍ଡ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇବା ଅସମ୍ଭବ ହୋଇ ପଡ଼ିଛି। ନିକଟରେ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। କିନ୍ତୁ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳ ପୁଣି ଥରେ ନ୍ୟୁଜିଲାଣ୍ଡର ସ୍ଵପ୍ନକୁ ଭାଙ୍ଗି ଚୂରମାର କରି ଦେଇଛି। କିଓ୍ଵି ଦଳ ମଥାରେ ଏମିତି କଳଙ୍କ ଲାଗିଛି ଯାହାକୁ ଦଳ ୩୧ ବର୍ଷ ହେଲା ପୋଛି ପାରିନି। ସାଧାରଣ ଘରୋଇ ମାଟିରେ ପ୍ରତ୍ୟେକ ଦଳ ବିପକ୍ଷଙ୍କୁ ହରାଇଥାନ୍ତି। ମାତ୍ର ନ୍ୟୁଜିଲାଣ୍ଡ କ୍ଷେତ୍ରରେ ଓଲଟା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଦଳ ଘରୋଇ ମାଟିରେ ଗତ ତିନି ଦଶନ୍ଧି ହେବ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ହେଲେ ଟେଷ୍ଟ ଜିତି ପାରିନାହିଁ। ଏହା ଦଳ ପାଇଁ ଲଜ୍ଜାକର ହୋଇ ରହିଛି।
ସମସ୍ତେ ଜାଣିଥିବେ ନିଜ ଘରେ ସବୁ ଦଳ ସିଂହ ହୋଇଥାନ୍ତି। ମାତ୍ର ନ୍ୟୁଜିଲାଣ୍ଡ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମେଣ୍ଢା ପାଲଟି ଯାଉଛି। ୧୯୯୩ରୁ ୨୦୨୪ ପର୍ଯ୍ୟନ୍ତ କିଓ୍ଵି ଦଳ ନିଜ ମାଟିରେ ଥରୁଟିଏ ବି ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ। କିନ୍ତୁ ଅନ୍ୟ ଦଳ ବିପକ୍ଷରେ ଦଳର ରେକର୍ଡ ଦମଦାର ରହିଛି। କିନ୍ତୁ କଙ୍ଗାରୁ ଦଳ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳର ପ୍ରଦର୍ଶନ ଶୋଚନୀୟ ରହିଛି। ଏଥର ବି ଦଳ ସିରିଜରେ ୨-୦ରେ ପରାସ୍ତ ହୋଇଛି।
କେବଳ ଏତିକି ନୁହେଁ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡରେ ଖେଳିଥିବା ଗତ ୧୦ଟି ଟେଷ୍ଟରୁ ୯ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ଏଥିରୁ ଅନୁମାନ କରି ପାରୁଥିବା ନ୍ୟୁଜିଲାଣ୍ଡ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇବା ଅସମ୍ଭବ ହୋଇ ପଡ଼ିଛି। ନିକଟରେ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। କିନ୍ତୁ ଅଷ୍ଟ୍ରେଲିଆଠୁ ଦଳ ପରାଜିତ ହୋଇଛି।
ଶେଷ ଥର ୧୯୮୯-୯୦ରେ ନ୍ୟୁଜିଲାଣ୍ଡ ନିଜ ମାଟିରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଥିଲା। ମାତ୍ର ଏହା ପରଠୁ ଆୟୋଜକ ବିରୋଧରେ ଅଷ୍ଟ୍ରେଲିଆ ଦଳର ପଲ୍ଲା ଭାରି ରହିଛି। ଗତ ୩୧ ବର୍ଷରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍କୁ ଡ୍ର କରିବାରେ ସକ୍ଷମ ହୋଇଥିଲା ନ୍ୟୁଜିଲାଣ୍ଡ। ନଚେତ୍ ସମସ୍ତ ମ୍ୟାଚ୍ରେ ଦଳ ପରାଜିତ ହୋଇଛି।