ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ
ଭୁବନେଶ୍ୱର,୨୭ା୩: ଗୁରୁବାର ଲୋୟର ପିଏମ୍ଜି ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ଗାଡ଼ି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀମାନେ। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ତାହା ହୋଇ ପାରି […] The post ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ appeared first on Dharitri Odia News.
ଭୁବନେଶ୍ୱର,୨୭ା୩: ଗୁରୁବାର ଲୋୟର ପିଏମ୍ଜି ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ଗାଡ଼ି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀମାନେ। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ତାହା ହୋଇ ପାରି ନ ଥିଲା। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସିସିଟିଭି ଯାଞ୍ଚ ଚାଲିଛି ବୋଲି ଡିସିପି କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଦାସ ଗିରଫ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ଅନ୍ୟମାନଙ୍କୁ ଗିରଫ କରିଛି ପୋଲିସ। ଭକ୍ତ ଦାସ କହିଛନ୍ତି, ଗିରଫଦାରୀକୁ ଆମର ଭୟ ନାହିଁ ।
The post ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ appeared first on Dharitri Odia News.