ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍ଅପ୍ ଯିବା ସମୟରେ…
ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ ଘଟିଥିବା ମାଓବାଦୀ ବିସ୍ଫୋରଣରେ ସୁରକ୍ଷା ବାହିନୀଙ୍କ ପିକ୍ଅପ୍ ଭ୍ୟାନ୍ ଅଳ୍ପକେ ବର୍ତ୍ତି ଯାଇଛି। ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିଯୋଗୁ ରାସ୍ତାରେ ବିଶାଳ ଗର୍ଭ ସୃଷ୍ଟି ହାଇଛି। ବିଜାପୁର ଗୋର୍ଲା ନାଲା ନିକଟରେ ଆଇଇଡି ଖଞ୍ଜି ଥିଲେ। ସେହି ରାସ୍ତା ଦେଇ ଯବାନମାନେ […] The post ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍ଅପ୍ ଯିବା ସମୟରେ… appeared first on Dharitri Odia News.
ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ ଘଟିଥିବା ମାଓବାଦୀ ବିସ୍ଫୋରଣରେ ସୁରକ୍ଷା ବାହିନୀଙ୍କ ପିକ୍ଅପ୍ ଭ୍ୟାନ୍ ଅଳ୍ପକେ ବର୍ତ୍ତି ଯାଇଛି। ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିଯୋଗୁ ରାସ୍ତାରେ ବିଶାଳ ଗର୍ଭ ସୃଷ୍ଟି ହାଇଛି। ବିଜାପୁର ଗୋର୍ଲା ନାଲା ନିକଟରେ ଆଇଇଡି ଖଞ୍ଜି ଥିଲେ। ସେହି ରାସ୍ତା ଦେଇ ଯବାନମାନେ ଏକ ପିକ୍ଅପ୍ ଭ୍ୟାନ୍ରେ ଯାଉଥିବା ବେଳେ ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ମାତ୍ର ବିସ୍ଫୋରଣ ପୂର୍ବରୁ ଏହି ରାସ୍ତା ପିକ୍ଅପ୍ ପ୍ରାୟତଃ ଅତିକ୍ରମା କରିସାରିଥିବାରୁ ଯବାନମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ଏଥିରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟାଇ ତୁରନ୍ତ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ଜାରି ରହିଛି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ବିସ୍ଫୋରଣ ଯୋଗୁ ରାସ୍ତାରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତକୁ ପୋତି ଯାନବାହନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ପଦପେକ୍ଷ ଆରମ୍ଭ ହୋଇଛି।
The post ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍ଅପ୍ ଯିବା ସମୟରେ… appeared first on Dharitri Odia News.