ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ
ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ ତାଙ୍କ ବାସଭବନରେ ପଚରାଉଚରା କରିବା ଲାଗି ଟିମ୍ ଅପରାହ୍ନ ୧୨ଟାରେ ପହଞ୍ଚିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୋରେନ୍ଙ୍କ ବାସଭବନ ସମତେ ରାଞ୍ଚିର ଇଡି କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ […] The post ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ appeared first on Dharitri Odia News.
ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ ତାଙ୍କ ବାସଭବନରେ ପଚରାଉଚରା କରିବା ଲାଗି ଟିମ୍ ଅପରାହ୍ନ ୧୨ଟାରେ ପହଞ୍ଚିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୋରେନ୍ଙ୍କ ବାସଭବନ ସମତେ ରାଞ୍ଚିର ଇଡି କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ କର୍ମୀ ମୁତୟନ ହୋଇଛନ୍ତି। ଏପରିକି ଲୋକଙ୍କ ଗହଳି ଆଶଙ୍କା କରି ବ୍ୟାରିକେଡ ମଧ୍ୟ ଲଗାଯାଇଛି। ଅପରପକ୍ଷେ ସୋରେନ ପଚରାଉଚରା ସମୟରେ ସମସ୍ତ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଞ୍ଚିରେ ରହିବାକୁ କହିଛନ୍ତିି।
ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ୭ଥର-ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨ରେ ସୋରେନଙ୍କୁ ସମନ କରିଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ସୋରେନ୍ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ ଇଡିକୁ ଚିଠି ଲେଖି କହିଥିଲେ।
The post ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ appeared first on Dharitri Odia News.