ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ
ଭୁବନେଶ୍ୱର,୧୯।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)କୁ ଜାତୀୟସ୍ତରରେ ସମ୍ମାନିତ ସହ ପୁରସ୍କୃତ ମଧ୍ୟ କରାଯାଇଛି। ବିଶେଷକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ ହୋଇଛି। ଏପରିକି ପୂର୍ବ ଭାରତରେ ବ୍ୟାଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସର୍ବାଧିକ ଋଣ ବଣ୍ଟନକରି ପୂର୍ବ ଭାରତର ଶ୍ରେଷ୍ଠ ବ୍ୟାଙ୍କ ଭାବେ ନିକଟରେ ସମ୍ମାନିତ ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହ ଅତିରିକ୍ତ ସଚିବ (ସେକ୍ରେଟାରି) […] The post ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ appeared first on Dharitri Odia News.
ଭୁବନେଶ୍ୱର,୧୯।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)କୁ ଜାତୀୟସ୍ତରରେ ସମ୍ମାନିତ ସହ ପୁରସ୍କୃତ ମଧ୍ୟ କରାଯାଇଛି। ବିଶେଷକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ ହୋଇଛି। ଏପରିକି ପୂର୍ବ ଭାରତରେ ବ୍ୟାଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସର୍ବାଧିକ ଋଣ ବଣ୍ଟନକରି ପୂର୍ବ ଭାରତର ଶ୍ରେଷ୍ଠ ବ୍ୟାଙ୍କ ଭାବେ ନିକଟରେ ସମ୍ମାନିତ ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହ ଅତିରିକ୍ତ ସଚିବ (ସେକ୍ରେଟାରି) ଡେ.ଏନ୍.ଆର.ଏଲ୍.ଏମ୍. ଚରଣଜିତ ସିଂହଙ୍କ ଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ,୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ୮୧,୦୦୦ ରୁ ଊର୍ଦ୍ଧ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୨,୩୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲାବେଳେ ୮ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବ୍ୟାଙ୍କ ସହଯୋଗ (ଉପକୃତ) କରିପାରିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ୫୪,୦୦୦ରୁ ଉର୍ଦ୍ଧ୍ୱ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୧,୬୯୬କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଅପରପକ୍ଷରେ ଓଜିବି କିଛିଦିନ ତଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ଓଡ଼ିଶାରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ବିବେଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ମଧ୍ୟ ପୁରସ୍କାର ଗ୍ରହଣ କରିଥିଲା।
The post ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ appeared first on Dharitri Odia News.