ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍‌ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଅରମାନ୍‌ ଶେୟାର କରିଥିବା ଫଟୋରେ କର୍ଲର କୋଅର୍ଡିନେଟେଡ୍‌ ଆଉଟ୍‌ଫିଟରେ ନଜର ଆସୁଛନ୍ତି। ଆଶ୍‌ନା କମଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା […] The post ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌ appeared first on Dharitri Odia News.

ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍‌ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି।

साल 2019 से आशना को डेट कर रहे हैं अरमान

ଅରମାନ୍‌ ଶେୟାର କରିଥିବା ଫଟୋରେ କର୍ଲର କୋଅର୍ଡିନେଟେଡ୍‌ ଆଉଟ୍‌ଫିଟରେ ନଜର ଆସୁଛନ୍ତି। ଆଶ୍‌ନା କମଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅର୍‌ମାନ ପେଷ୍ଟଲ୍‌ ସେଡ୍‌ର ସେରଓ୍ବାନୀ ସୁଟ୍‌ ପିନ୍ଧିଛନ୍ତି।

ସୋସିଆଲ ମିଡିଆରେ ଫଟୋ ଶେୟାର କରି ଅରମାନ୍‌ ଲେଖିଛନ୍ତି ଯେ-‘ତୁ ହି ମେରା ଘର ହୈ’ ଅର୍ଥାତ ତୁ ହିଁ ମୋର ଘର। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଥିବା ବେଳେ ସମସ୍ତେ ଶୁଭକାମନା ଜଣାଉଛନ୍ତି।

साल 2023 में की थी अरमान और आशना ने सगाई

ତେବେ ଆଶ୍‌ନାଙ୍କୁ ଅରମାନ୍‌ ୨୦୧୯ରୁ ଡେଟ୍‌ କରୁଥିଲେ। ସେ ଜଣେ ଫ୍ୟାଶନ ଇନ୍‌ଫ୍ଲୁଏନ୍ସର ସହ ବ୍ଲଗର। ଉଭୟ ୨୦୨୩ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଗାୟକ ଏହାର ମଧ୍ୟ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଥିଲେ।

The post ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌ appeared first on Dharitri Odia News.